କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଢ଼ିଲା ପେନାଲ୍ଟି ଚାର୍ଜ; ଜାଣନ୍ତୁ କେତେ ଟଙ୍କା ପାଇଁ କେତେ ପେନାଲ୍ଟି ପଡ଼ିବ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଯେକୌଣସି ସାମଗ୍ରୀ କିଣାକିଣି ଠାରୁ ଆରମ୍ଭ କରି ପେଟ୍ରୋଲ- ଡିଜେଲ ପକାଇବା ପାଇଁ ମଧ୍ୟ କ୍ରେଡିଟ୍ କାର୍ଡର ବ୍ୟବହାର ହେଉଛି ।

କିନ୍ତୁ, ବର୍ତ୍ତମାନ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଏକ ବଡ ଝଟକା ଦେଇଛି ‘ଆସିଆସିଆଇ ବ୍ୟାଙ୍କ୍। ଏବେ ଠିକ୍ ସମୟରେ ଟଙ୍କା ପୈଠ ନ କଲେ ଅଧିକ ଶୁଳ୍କ ଦେବାକୁ ପଡିବ। ‘ଲେଟ୍ ପେମେଣ୍ଟ ଚାର୍ଜକୁ ବୃଦ୍ଧି କରିଛି ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ । ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏହି ‘ଲେଟ୍ ପେମେଣ୍ଟ ଚାର୍ଜ’ ବୃଦ୍ଧି କରିବା ପାଇଁ ଆଲୋଚନା କରୁଛନ୍ତି ।

ସୂଚନା ଅନୁଯାୟୀ, ଏହି ନିୟମ ଚଳିତ ବର୍ଷ ଫେବ୍ରୁଆରି ୧୦ ତାରିଖରୁ ଲାଗୁ କରାଯିବ । ଲେଟ୍ ପେମେଣ୍ଟ ଚାର୍ଜ ସହିତ କ୍ରେଡିଟ୍ କାର୍ଡରୁ ଟଙ୍କା ଉଠାଣ ପ୍ରକ୍ରିୟା ବି ପୂର୍ବଠାରୁ ଅଧିକ ମହଙ୍ଗା କରିଦିଆଯାଇଛି । ଏହି ବାବଦରେ ୟୁଜର୍ସଙ୍କୁ ମେସେଜ୍ ଜରିଆରେ ଅବଗତ କରାଇ ଦିଆଯାଇଛି । ପଠାଯାଇଥିବା ମେସେଜ୍ ଅନୁସାରେ, ଯଦି ଆପଣଙ୍କ ବକେୟା ଟଙ୍କା ୧୦୦ ଟଙ୍କାରୁ କମ୍ ରହିଛି ଆଉ ପେମେଣ୍ଟ୍‌ କରିବାରେ ବିଳମ୍ବ ହୋଇଛି, ଏଥିପାଇଁ କୌଣସି ‘ଲେଟ୍ ପେମେଣ୍ଟ ଚାର୍ଜ’ ଲାଗିବ ନାହିଁ । କିନ୍ତୁ, ଏଥିରୁ ଅଧିକ ବକେୟା ରାଶି ଥିଲେ ଆପଣଙ୍କୁ ପୂର୍ବରୁ ଅଧିକ ଶୁଳ୍କ ଦେବାକୁ ପଡ଼ିବ ।

ଆସନ୍ତୁ ଜାଣିବା କେତେ ଟଙ୍କା ପାଇଁ କେତେ ଚାର୍ଜ ଲାଗିବ । ଯଦି ଆପଣଙ୍କ ବକୟା ଟଙ୍କା ୧୦୦ରୁ ୫୦୦ ରହିଛି ତେବେ ଆପଣଙ୍କୁ ‘ଲେଟ୍ ପେମେଣ୍ଟ ଚାର୍ଜ’ ୧୦୦ ଟଙ୍କା ଦେବାକୁ ପଡ଼ିବ । ୫୦୧ରୁ ୫୦୦୦ ବକୟା ଟଙ୍କା ଥିଲେ ୫୦୦ଟଙ୍କା ଫାଇନ୍ ଦେବାକୁ ପଡିବ । ସେହିପରି ୫ହଜାରରୁ ୧୦ହଜାର ମଧ୍ୟରେ ବକେୟା ଟଙ୍କା ଥିଲେ ୭୫୦, ୧୦୦୦୧ରୁ ୨୫ ହଜାର ଭିତରେ ଥିଲେ ୯୦୦ ଟଙ୍କା ଏବଂ ୨୫୦୦୧ରୁ ୫୦ ହଜାର ଭିତରେ ବକେୟା ଟଙ୍କା ଥିଲେ ଏଥିପାଇଁ ଦେବାକୁ ପଡିବ ୧୨ହଜାର ଟଙ୍କାର ପେନାଲ୍ଟି ।

ସମ୍ବନ୍ଧିତ ଖବର