ଡାକଘରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି)ରେ ମୋଦୀ ନିବେଶ କରିଛନ୍ତି ୫ ଲକ୍ଷ

ନୂଆଦିଲ୍ଲୀ : ବିଭିନ୍ନ ଅସ୍ଥାବର ସମ୍ପତ୍ତିରେ ନିବେଶ ପ୍ରସଙ୍ଗ ଆସିଲେ ମୋଦୀଙ୍କର ସେମିତି କିଛି ଦେଖାଇବାର ନାହିଁ। ତେବେ ମୋଦୀ ଡାକଘରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି)ରେ ସର୍ବାଧିକ ୫ ଲକ୍ଷ ୧୮,୨୩୫ ‌ଟଙ୍କା ରହିଛି ବୋଲି ଗତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ସ୍ବେଚ୍ଛାକୃତ ଘୋଷଣା ରିପୋର୍ଟରୁ ଏହା ଜଣାଯାଇଛି। ଅକ୍ଟୋବାର-ଡିସେମ୍ବର ତ୍ରୟମାସରେ ସରକାର ବିଭିନ୍ନ ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ ନଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଉକ୍ତ ତ୍ରୟମାସରେ ଏନ୍‌ଏସ୍‌ସିରେ ନିବେଶ କରିଥିବା ବ୍ୟକ୍ତିମାନେ ବାର୍ଷିକ ୭.୯ ପ୍ରତିଶତ ସୁଧ ପାଇବେ। ଅର୍ଥାତ୍ ୧ ଲକ୍ଷ ଟଙ୍କା ନିବେଶ କରିଥିବା ବ୍ୟକ୍ତିମାନେ ୬୦ ମାସ ବା ୫ ବର୍ଷ ପରେ ୧ ଲକ୍ଷ ୪୬ ହଜାର ଟଙ୍କା ପାଇବେ। ଏନ୍‌ଏସ୍‌ସି ତୁଳନାରେ ବ୍ୟାଙ୍କର ମିଆଦୀ ଜମା ସୁଧ ହାର ଅପେକ୍ଷାକୃତ କମ୍ ରହିଛି।

ସମ୍ବନ୍ଧିତ ଖବର