ଘରୋଇ ବ୍ୟାଙ୍କ ସିଇଓଙ୍କୁ ଭେଟିବେ ଶକ୍ତିକାନ୍ତ

ନୂଆଦିଲ୍ଲୀ: ଦେଶର ଋଣ ଏବଂ ନଗଦ ସମସ୍ୟା ଉପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘରୋଇ ବ୍ୟାଙ୍କର ସିଇଓଙ୍କ ସହିତ ଆଲୋଚନା କରିବେ। ଚଳିତମାସ ୨୫ କିମ୍ବା ୨୬ ତାରିଖରେ ଏହି ବୈଠକ ହେବାର ସମ୍ଭାବନା ରହିଛି। ଏଥିସହିତ ଗ୍ରାହକଙ୍କୁ ରେପୋ ‌ହାର ହ୍ରାସର ଲାଭ ଗ୍ରାହକଙ୍କୁ ଶୀଘ୍ର ପ୍ରଦାନ କରିବା ସହିତ ଅନାଦାୟ ଋଣ ଉପରେ ମଧ୍ୟ ଆଲୋଚନା ହେବ। ଗତବର୍ଷ ଡିସେମ୍ବର ୧୨ ତାରିଖରେ ଶକ୍ତିକାନ୍ତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଦାୟିତ୍ବ ନେବା ପରେ ଘରୋଇ ବ୍ୟାଙ୍କ ସିଇଓଙ୍କ ସହିତ ଏହା ତାଙ୍କର ଦ୍ବିତୀୟ ବୈଠକ। ପୂର୍ବରୁ ଗତବର୍ଷ ଡିସେମ୍ବର ୨୭ରେ ସେ ଘରୋଇ ବ୍ୟାଙ୍କ ସିଇଓଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର