ଭାରତ ବଜାର କଣ କେବଳ ଲୁଟ୍ ପାଇଁ ରହିଛି: ରାମଦେବ

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦ ଲିମିଟେଡ କମ୍ପାନିର ପ୍ରତିଷ୍ଠାତା ତଥା ଯୋଗଗୁରୁ ବାବା ରାମଦେବ ଗତକାଲି ବିଶ୍ବର ଏକ ପ୍ରମୁଖ ବହୁଦେଶୀୟ କମ୍ପାନି ଉପରେ ନିଜର କ୍ରୋଧ ବ୍ୟକ୍ତ କରିଛନ୍ତି। ଉକ୍ତ କମ୍ପାନିର ଏକ ବିଜ୍ଞାପନ ଉପରେ ପ୍ରଶ୍ନ ଉଠାଇବା ସହିତ ଭାରତର ବଜାର କେବଳ କ’ଣ ଲୁଟ୍ ପାଇଁ ରହିଛି ବୋଲି ମତ ଦେଇଛନ୍ତି। ଭାରତର ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ପାଇଁ ଏହି ବହୁଦେଶୀୟ କମ୍ପାନିଙ୍କ ଅବଦାନ କେତେ ବୋଲି ସେ ପ୍ରଶ୍ନ କରିଛନ୍ତି। ବହୁଦେଶୀୟ କମ୍ପାନିର ଚା ବିଜ୍ଞାପନ ଭାରତର ସଂସ୍କୃତି ସମ୍ପର୍କରେ ଭିନ୍ନ ଧାରଣା ଦେଇଥିବାରୁ ସାମାଜିକ ଗଣମାଧ୍ୟମରେ ଏହାର ଜୋରଦାର ସମାଲୋଚନା କରାଯାଇଛି। ତେବେ ଉକ୍ତ କମ୍ପାନି ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

ସମ୍ବନ୍ଧିତ ଖବର