ଆଜି ୟେସ୍ ବ୍ୟାଙ୍କ ଉପରୁ କଟକଣା ହଟିବ

ମୁମ୍ବାଇ: ବୁଧବାର ସନ୍ଧ୍ୟା ୬ଟାରେ ୟେସ୍‌ ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ହଟାଇ ନେବ। ଏଥିସହିତ ବ୍ୟାଙ୍କ କାରବାର ସ୍ବାଭାବିତ ହୋଇଯିବ। ୟେସ୍‌ ବ୍ୟାଙ୍କରେ ଗ୍ରାହକମାନେ ପୂର୍ବଭଳି ସବୁ ପ୍ରକାର କାରବାର କରିପାରିବେ। ୟେସ୍ ବ୍ୟାଙ୍କର ପ୍ରଶାସକ ପ୍ରଶାନ୍ତ କୁମାର କହିଛନ୍ତି, ବ୍ୟାଙ୍କରେ ନଗଦ ଅର୍ଥରାଶିର କୌଣସି ଅଭାବ ନାହିଁ। ବ୍ୟାଙ୍କର ସମସ୍ତ ଶାଖା ଓ ଏଟିଏମ୍‌ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ନଗଦ ରାଶି ଯୋଗାଇ ଦିଆଯିବ। ଗ୍ରାହକମାନେ ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌, ଆଇଏମ୍‌ପିଏସ୍‌ ଆଦି ସେବା ପାଇପାରିବେ। ବିଗତ ତିନି ଦିନରେ ୟେସ୍‌ ବ୍ୟାଙ୍କରୁ କମ୍ ଟଙ୍କା ଉଠାଯାଇଥିବା ବେଳେ ଅଧିକ ଟଙ୍କା ଆସିଛି। ମାତ୍ର ଏକ ତୃତୀୟାଂଶ ଗ୍ରାହକ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଲେଖାଏଁ ଉଠାଇଥିବା ସେ କହିଛନ୍ତି। ଚଳିତ ମାସ ୩ ତାରିଖରେ ସରକାର ୟେସ୍ ବ୍ୟାଙ୍କ ଉପରେ ୩୦ ଦିନ ପାଇଁ କଟକଣା ଲଗାଇଥିଲେ। ଗ୍ରାହକମାନେ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର