ପଂଜୀକୃତ ରିଅଲ ଇଷ୍ଟେଟ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟସଂପୂର୍ଣ୍ଣ ସମୟ ସୀମା ୬ ମାସ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜରେ ରିଅଲ ଇଷ୍ଟେଟ ଶିଳ୍ପ ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଛି । ରିଅଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକର ସଂପୂର୍ଣ ସମୟସୀମାକୁ ୬ ମାସ ପାଇଁ ବୃଦ୍ଧି କରାଯାଇଛି । ରିଅଲ ଇଷ୍ଟେଟ (ନିୟମନ ଓ ବିକାଶ) ଆଇନ (ରେରା) ଅଧିନରେ ପଂଜୀକୃତ ସବୁ ପ୍ରକଳ୍ପ ଏହାର ଫାଇଦା ଉଠାଇପାରିବେ । ମାର୍ଚ୍ଚ ୨୫ ପରେ ଯେଉଁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟସଂପୂର୍ଣ୍ଣ ସମୟସୀମା ଶେଷ, ହେଉଥିବ ସେମାନଙ୍କ ପାଇଁ ଏହି ସମୟ ସଂପ୍ରସାରଣ ଲାଗୁହେବ ।
ଅନ୍ୟପକ୍ଷରେ କୋରନା ଭାଇରସ ଓ ଲକଡାଉନ ଯୋଗୁଁ ଦେଶରେ  ମାନ୍ଦାବସ୍ଥା ଦେଖାଦେଇଛି । ଏହାର ପ୍ରଭାବରେ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା, ହାଉସିଂ ଫାଇନାନ୍ସ କମ୍ପାନି ଓ ମାଇକ୍ରୋ ଫାଇନାନ୍ସ କମ୍ପାନିମାନେ ବଜାରରୁ ଅର୍ଥ ଉଠାଇପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦ ହଜାର କୋଟିର ସ୍ୱତନ୍ତ୍ର ଲିକ୍ୱିଡିଟି ସ୍କିମ ଘୋଷଣା କରାଯାଇଛି । ଏହି ସ୍କିମ ଦ୍ୱାରା ଉପରୋକ୍ତ ଆର୍ଥିକ ସଂସ୍ଥାମାନେ ଯେପରି ଅଧିକ ନଗଦ ସଂଗ୍ରହ କରିପାରିବେ ତାହା ନିଶ୍ଚିତ କରାଯିବ ।
ଏହି ସ୍କିମ ଅନୁସାରେ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା, ହାଉସିଂ ଫାଇନାନ୍ସ କମ୍ପାନି ଓ ମାଇକ୍ରୋ ଫାଇନାନ୍ସ କମ୍ପାନିଙ୍କ ନିବେଶ ଭିତ୍ତିକ ଋଣପତ୍ରରେ ନିବେଶ କରାଯିବ ।
ଏହାଛଡ଼ା ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଙ୍କ ପାଇଁ ୪୫ ହଜାର କୋଟିର ଆଂଶିକ ଋଣ ଗ୍ୟାରେଣ୍ଟି ସ୍କିମ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର