ରିଲାଏନ୍ସ ଡିଜିଟାଲ୍‌ର ‘ଡିଜିଟାଲ୍ ଇଣ୍ଡିଆ ସେଲ୍‌’

ଭୁବନେଶ୍ବର: ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଡିଜିଟାଲ୍ ଇଣ୍ଡିଆ ସେଲ୍ ବିଷୟରେ ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନେ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ପାଇପାରିବେ। ରିଲାଏନ୍ସ ଡିଜିଟାଲ୍‌ର ଷ୍ଟୋର୍‌, ମାଇଁ ଜିଓ ଷ୍ଟୋର୍‌ ଓ ପୋର୍ଟାଲ୍‌ରେ ଏହି ସେଲ୍‌ ଉପଲବ୍ଧ ହେବ। ଅଗଷ୍ଟ ୧୬ ଭିତରେ ଗ୍ରାହକମାନେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କାର୍ଡରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ କିଣାକିଣି କଲେ ତତ୍କାଳ ୧୦% ରିହାତି ପାଇବେ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ପେଟିଏମ୍‌ରେ ୯,୯୯୯ ଟଙ୍କାର କାରବାର କଲେ ୱାଲେଟ୍‌ରେ ୫୦୦ ଟଙ୍କାର କ୍ୟାସ୍‌ବ୍ୟାକ୍ ମିଳିବ। ଜେଷ୍ଟ୍‌ମନି ଜରିଆରେ ୧୦ ହଜାର ଟଙ୍କାର କିଣାକିଣି କଲେ ନୋ କଷ୍ଟ୍ ଇଏମ୍ଆଇ ସହ ୫୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାସ୍‌ବ୍ୟାକ୍ ମିଳିବ। ଗ୍ରାହକମାନେ ଲାପ୍‌ଟପ୍, ଟିଭି, ମୋବାଇଲ୍ ଫୋନ୍ ଓ ହୋମ୍ ଆପ୍ଲାଏନ୍‌ସେସ୍‌ ଉପରେ ଆହୁରି ଅନେକ ସ୍ବତନ୍ତ୍ର ସୁବିଧା ଓ ଅଫର ପାଇପାରିବେ। ଏଥର ଗ୍ରାହକମାନଙ୍କୁ ସହଜ ଫାଇନାନ୍ସ ଓ ଇଏମ୍‌ଆଇ ବିକଳ୍ପ ପ୍ରଦାନ କରାଯିବ। ଗ୍ରାହକମାନେ ତିନି ଘଣ୍ଟା ଭିତରେ ସାମଗ୍ରୀର ଡେଲିଭରି ପାଇପାରିବେ। ଗ୍ରାହକମାନେ ଚାହିଲେ ନିକଟତମ ଷ୍ଟୋର୍‌ରୁ ଆସି ସାମଗ୍ରୀ ପିକ୍-ଅପ୍ କରିପାରିବେ। ଗ୍ରାହକ ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷାକୁ ନଜରରେ ରଖି କଂପାନିର ଡେଲିଭରି ସହଯୋଗୀମାନେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି।

ସମ୍ବନ୍ଧିତ ଖବର