ଭୁବନେଶ୍ବରରେ ରିଲାଏନ୍ସ ସ୍ମାର୍ଟ‌ର ନୂଆ ଷ୍ଟୋର

ଭୁବନେଶ୍ବର : ରିଲାଏନ୍ସ ରିଟେଲ୍‍ ଅଧୀନ ସର୍ବବୃହତ୍‍ ଢାଞ୍ଚାର ସୁପରମାର୍କେଟ୍‍ ରିଲାଏନ୍ସ ସ୍ମାର୍ଟ ପଟିଆ ମେନ୍‍ ରୋଡ଼ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ ନିକଟ ସାଇସୁମନ କମର୍ସିଆଲ କମ୍ପ୍ଲେକ୍ସ ପରିସରରେ ଏକ ନୂଆ ଷ୍ଟୋର୍‍ ଆଜି ଶୁଭାରମ୍ଭ କରିଛି। ବର୍ଷ ସାରା ଉପଲବ୍ଧ ସମସ୍ତ ସାମଗ୍ରୀର ସର୍ବାଧିକ ଖୁଚୁରା ଦର ଉପରେ ସର୍ବନିମ୍ନ ୫%ର ନିଶ୍ଚିତ ରିହାତି ସହିତ ସର୍ବନିମ୍ନ ୧୪୯୯ ଟଙ୍କାର ସାମଗ୍ରୀ କ୍ରୟ କଲେ ୯ ଟଙ୍କାରେ ଏକ କିଲୋଗ୍ରାମ ଚିନି ମିଳିବା ଭଳି ଅନେକ ମୂଲ୍ୟଯୁକ୍ତ ସୁବିଧା ଏଠାରେ ଉପଲବ୍ଧ ହେବ। ନୂଆ ଷ୍ଟୋର୍‍ର ଶୁଭାରମ୍ଭ ସହିତ ଭୁବନେଶ୍ବରରେ ରିଲାଏନ୍ସ ସ୍ମାର୍ଟର ବର୍ତ୍ତମାନ ଷ୍ଟୋର ସଂଖ୍ୟା ୩କୁ ଏବଂ ରାଜ୍ୟରେ ୫କୁ ବୃଦ୍ଧି ପାଇଛି। ଉଦ୍‍ଘାଟନୀ ଅଫର୍‍ ‘ପାୱାର ଅଫ୍‍ ନାଇନ୍‍’ରେ- ସର୍ବନିମ୍ନ ୯୯୯ ଟଙ୍କା ମୂଲ୍ୟର କ୍ରୟ କ୍ଷେତ୍ରରେ ୧ କିଲୋଗ୍ରାମ ଆଳୁ, ୧ କିଲୋଗ୍ରାମ ପିଆଜ ଏବଂ ପ୍ଲାଷ୍ଟିକ୍‍ କଣ୍ଟେନର୍‍ ସେଟ୍‍ ଭଳି ଅନେକ ସାମଗ୍ରୀ ମାତ୍ର ୯ ଟଙ୍କା ମୂଲ୍ୟରେ ମିଳିବାର ସୁବିଧା ଅଧିକ ଗ୍ରାହକମାନଙ୍କୁ ଆକୃଷ୍ଟ କରିବ।

ସମ୍ବନ୍ଧିତ ଖବର