୨୩ ପୂର୍ବରୁ ଆସିବ ରିଜର୍ଭ ବ୍ୟାଙ୍କର ସଂଶୋଧିତ ଏନପିଏ ନିର୍ଦେଶାବଳୀ

ନୂଆଦିଲ୍ଲୀ: ଚାପଗ୍ରସ୍ତ ସମ୍ପତ୍ତି ବା ଏନପିଏ ଚିହ୍ନଟ ଏବଂ ଏହାର ଆଦାୟ ପ୍ର୍ରକ୍ରିୟା ନେଇ ରିଜର୍ଭ ବ୍ୟାଙ୍କର ଫେବ୍ରୁଆରି ୧୨ ତାରିଖ ସର୍କୁଲାରକୁ ସୁପ୍ରିମ କୋର୍ଟ ଚଳିତମାସରେ ଖାରଜ କରିଦେଇଛନ୍ତି। ଏହାପରେ ରିଜର୍ଭ ବ୍ୟାଙ୍କ ଏଥିପାଇଁ ସଂଶୋଧିତ ନିର୍ଦେଶାବଳୀ ପ୍ରସ୍ତୁତ କରୁଛି। ଦେଶରେ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ନୂଆ ନିର୍ଦେଶାବଳୀ ପ୍ରସ୍ତୁତି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨ ହଜାର କୋଟି ଟଙ୍କାରୁ ଅଧିକ ଋଣ ବିଶିଷ୍ଟ ଚାପଗ୍ରସ୍ତ ସମ୍ପତ୍ତି ଚିହ୍ନଟ ଏବଂ ଏହାର ସମାଧାନ ନେଇ ୨୦୧୮ ଫେବ୍ରୁଆରି ୧୨ ତାରିଖରେ ରିଜର୍ଭ ବ୍ୟାଙ୍କ ଏକ ସର୍କୁଲାର ଜାରି କରିଥିଲା। କିନ୍ତୁ ଚଳିତମାସରେ ସୁପ୍ରିମ କୋର୍ଟ ଏହି ସର୍କୁଲାରକୁ ଖାରଜ କରିଦେଇଛନ୍ତି। ଏହି ସର୍କୁଲାର ଜାରି ରିଜର୍ଭ ବ୍ୟାଙ୍କ କ୍ଷମତା ପରିସର ବାହାରେ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର