ଜନ ଔଷଧୀ ଷ୍ଟୋର୍‌ରେ ମିଳିବ ଅଢ଼େଇ ଟଙ୍କିଆ ସାନିଟାରି ନାପ୍‌କିନ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ର ସରକାର ଅଢ଼େଇ ଟଙ୍କିଆ ଜୈବ ବିଘଟିତ ସାନିଟାରି ନାପ୍‌କିନ୍‌ ଉନ୍ମୋଚନ କରିଛନ୍ତି। ଏହାକୁ ଜନ ଔଷଧୀ ଷ୍ଟୋର୍‌ଗୁଡ଼ିକରେ ବିକ୍ରି କରାଯିବ। ଗୋଟିଏ ପ୍ୟାକେଟ୍‌ର ଚାରିଟି ନାପ୍‌କିନ୍‌ ରହିଛି। ପ୍ୟାକେଟ୍‌ର ମୂଲ୍ୟ ୧୦ ଟଙ୍କା ରହିବ ଯାହା ନାପ୍‌କିନ୍‌ର ବଜାର ଦର ତୁଳନାରେ ତିନି ଗୁଣା କମ୍‌। ଏବେ ଖୋଲା ବଜାରରେ ମିଳୁଥିବା ନାପ୍‌କିନ୍‌ଗୁଡ଼ିକର ହାରାହାରି ମୂଲ୍ୟ ୩୨ ଟଙ୍କା ରହୁଛି। ସାରା ଦେଶରେ ଥିବା ୩୨୦୦ ଜନ ଔଷଧୀ ଷ୍ଟୋର୍‌ରେ ଏହି ନାପ୍‌କିନ୍‌ଗୁଡ଼ିକ ମେ’ ୨୮ ସୁଦ୍ଧା ଉପଲବ୍ଧ ହେବ। କେନ୍ଦ୍ର ରାସାୟନିକ ଏବଂ ସାରା ମନ୍ତ୍ରଣାଳୟ ଅଧୀନରେ ଥିବା ଫାର୍ମାସ୍ୟୁଟିକାଲ୍‌ ବିଭାଗ ପକ୍ଷରୁ ‘ସୁବିଧା’ ନାମରେ ନାପ୍‌କିନ୍‌କୁ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧିତ ଖବର