ଶିଳ୍ପା ‌ସେଟ୍ଟୀ କିଣିଲେ ନୂଆ ଏମ୍‌ପିଭି

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରା ମର୍ସିଡେଜ୍‌ ବେଞ୍ଜ୍‌ର ନୂଆ ଭି-କ୍ଲାସ ବିଳାସପୂର୍ଣ୍ଣ ଏମ୍‌ପିଭି (ମଲ୍ଟି ପର୍‌ପଜ୍‌ ଭେଇକିଲ୍‌) କିଣିଛନ୍ତି। ଏହି ଗାଡ଼ିର ମୂଳ ଭାରିଆଣ୍ଟ୍ ମୂଲ୍ୟ ୭୧.୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଉକ୍ତ ନୂଆ ଏମ୍‌ପିଭି କିଣିବା ଫଳରେ ଶିଳ୍ପା ଏବେ ବିଶିଷ୍ଟ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ହ୍ରିତିକ ରୋସନଙ୍କ କ୍ଲବରେ ସାମିଲ ହୋଇପାରିଛନ୍ତି। ପୂର୍ବରୁ ଶିଳ୍ପାଙ୍କ ନିକଟରେ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର, ବିଏମ୍‌ଡବ୍ଲ୍ୟୁ ଆଇ୮ ଭଳି ବିଳାସପୂର୍ଣ୍ଣ ଓ ଦାମୀ ଗାଡ଼ି ରହିଛି।

ସମ୍ବନ୍ଧିତ ଖବର