ନାଲ୍‌କୋ ସ୍ମେଲଟର୍‌କୁ ପରିଚାଳନା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର: ନାଲ୍‌କୋର ଅନୁଗୁଳ ସ୍ମେଲଟରକୁ ‘ଇମର୍ଜିଂ ଲିଡର ଇନ୍‌ ଅପରେସନାଲ୍‌ ଏକ୍ସିଲେନ୍ସ’ ପୁରସ୍କାର ପ୍ରଦାନ କରାଯାଇଛି। ସିଆଇଆଇ ପକ୍ଷରୁ ବେଙ୍ଗାଲୁରୁଠାରେ ଆୟୋଜନ କରାଯାଇଥିବା ଜାତୀୟ କ୍ୱାଲିଟି ସମ୍ମିଳନୀ ଅବସରରେ ନାଲ୍‌କୋକୁ ୟୁରୋପିଆନ୍‌ ଫାଉଣ୍ଡେସନ ଫର କ୍ୱାଲିଟି ମ୍ୟାନେଜମେଣ୍ଟ୍‌ (ଇଏଫ୍‌କ୍ୟୁଏମ୍‌) ଅନୁଯାୟୀ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଭଳି ପୁରସ୍କାର ହାସଲ କରିଥିବାରୁ ନାଲ୍‌କୋର ସିଏମ୍‌୍‌ଡି ଡକ୍ଟର ତପନ କୁମାର ଚାନ୍ଦ ସ୍ମେଲଟର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର