‘ସ୍ୱରାଜ ଟ୍ରାକ୍ଟର୍‌’ର ଲକି ଡ୍ର’ ଉଠାଣ

ଭୁବନେଶ୍ୱର: ସ୍ୱରାଜ ଟ୍ରାକ୍ଟର କମ୍ପାନି ଓ ସ୍ୱରାଜ ଟ୍ରାକ୍ଟର ସ୍ୱୀକୃତିପ୍ରାପ୍ତ ଡିଲର ଏବଂ ଓଡ଼ିଶା ମୋଟର୍ସ ଆଣ୍ଡ ଟ୍ରାକ୍ଟରସ୍‌, ଭୁବନେଶ୍ୱର ପକ୍ଷରୁ ଶନିବାର ଲକି ଡ୍ର ଉଠାଣ ତଥା ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଟକ-ପୁରୀ ବାଇପାସ୍‌ରେ ଥିବା ଓଡ଼ିଶା ମୋଟର୍ସ ଆଣ୍ଡ ଟ୍ରାକ୍ଟରସ୍‌ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ସ୍ୱରାଜ ଟ୍ରାକ୍ଟର କିଣିଥିବା ଗ୍ର୍ରାହକଙ୍କୁ ଲକି ଡ୍ର ମାଧ୍ୟମରେ ପୁରସ୍କୃତ କରାଯାଇଛି। ଗ୍ରାହକ ଅନ୍ତର୍ଯ୍ୟାମୀ ପ୍ରଧାନ ପୁରସ୍କାର ବାବଦରେ ‘ବଜାଜ୍‌ ସିଟି ୧୦୦’ ବାଇକ୍‌ ପାଇଥିବା ବେଳେ ଅନ୍ୟ ଗ୍ରାହକଙ୍କୁ ବି ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱରାଜ ଟ୍ରାକ୍ଟର ଡିଭିଜନ୍‌ର ଜୋନାଲ ମ୍ୟାନେଜର ଆଲୋକ କୁମାର ଗୁପ୍ତା ମୁଖ୍ୟ ଅତିଥି, ଓଡ଼ିଶା ସ୍ୱରାଜ ଟ୍ରାକ୍ଟର ଡିଭିଜନ୍‌ର ଷ୍ଟେଟ୍‌ ହେଡ୍‌ ଅମିତ୍‌ ମିଶ୍ର, ଟେରିଟୋରି ମ୍ୟାନେଜର ଅଗ୍ନିଶ୍‌ କୁମାର ସମ୍ମାନିତ ଅିତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷାବିତ୍‌ ତଥା ସମାଜସେବୀ ଗୁରୁଚରଣ ସାମଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ ଟ୍ରାକ୍ଟର କିଣିଥିବା ୫ ଜଣ ନୂତନ ଗ୍ର୍ରାହକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର