ବିଦ୍ୟୁତ ବିତରଣରେ ‘ଟାଟା ପାୱାର-ଡିଡିଏଲ୍‌’ର ସଂସ୍କାର

ନୂଆଦିଲ୍ଲୀ : ଦେଶର ରାଜଧାନୀ ନୂଆଦିଲ୍ଲୀରେ ଟାଟା ପାୱାର ଓ ଦିଲ୍ଲୀ ସରକାରଙ୍କ ମିଳିତ ଉଦ୍ୟମରେ ବିଦ୍ୟୁତ ବିତରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଂସ୍କାର ଅଣାଯାଇପାରିଛି। ଦିଲ୍ଲୀ ସରକାରଙ୍କ ସହ ମିଶି ଟାଟା ପାୱାର ତରଫରୁ ସେଠାରେ ‘ଟାଟା ପାୱାର-ଡିଡିଏଲ୍‌’ ନାମକ ଏକ ‌ଯୌଥ ଉଦ୍ୟୋଗ ସ୍ଥାପନ କରାଯାଇଛି। ୨୦୦୨ରୁ ଏହା କାର୍ଯ୍ୟ ଆରମ୍ଭ କରିଥିଲା। ଇତି ମଧ୍ୟରେ ଏହି କଂପାନି ସମସ୍ତ ପ୍ରମୁଖ ମାନଦଣ୍ଡରେ ଉନ୍ନତି ଆଣି ସାରା ଦେଶରେ ବିଦ୍ୟୁତ ବିତରଣ କ୍ଷେତ୍ରର ସଫଳ ମଡେଲ୍‌ ଭାବେ ଉଭା ହୋଇଛି। ଦିଲ୍ଲୀରେ ଏହି କଂପାନି ପରିବହନ ଓ ବିତରଣ କ୍ଷତିକୁ ୮% ଭଳି ନିମ୍ନ ସ୍ତରକୁ ହ୍ରାସ କରିପାରିଛି ଯାହା ୫୩% ଭଳି ଉଚ୍ଚ ସ୍ତରରେ ରହିଥିଲା। ୧୭ ବର୍ଷ ଭିତରେ ଏହି କଂପାନି ନିଜକୁ ଆବଣ୍ଟନ କରାଯାଇଥିବା ଅଞ୍ଚଳରେ ୨୪ ଘଣ୍ଟିଆ ନିରବଚ୍ଛିନ ବିଦ୍ୟୁତ ସେବା ପ୍ରଦାନ କରୁଛି। କଂପାନିର ଏକ ସ୍ବତନ୍ତ୍ର ପ୍ରଯୁକ୍ତି କେନ୍ଦ୍ର ରହିଛି ଯାହା ଜରିଆରେ ସମସ୍ତ ବିଦ୍ୟୁତ ନେଟ୍‌ୱର୍କ ଉପରେ ନଜର ରଖାଯାଇପାରିଛି। ଏହା ଏକ ସ୍ବତନ୍ତ୍ର ମହିଳା କଲ୍ ସେଣ୍ଟର୍‌ ସ୍ଥାପନ କରିଥିବା ବେଳେ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛି ଯେଉଁଠାରେ ଯୁବପିଢ଼ିଙ୍କୁ ନୂଆ ନୂଆ ପ୍ରଯୁକ୍ତି ଉପରେ ପ୍ରଶିକ୍ଷଣ ଦିଆଯାଉଛି।

ଟାଟା ପାୱାର-ଡିଡିଏଲ୍‌ ଯୋଗୁ ଦିଲ୍ଲୀରେ ଏବେ ହାରାହାରି ଦୁଇ ଦିନ ଭିତରେ ନୂଆ ବିଦ୍ୟୁତ ସଂଯୋଗ ମିଳିପାରୁଛି। । ଏହା ଲାଇସେନ୍ସ ପାଇଥିବା ଅଞ୍ଚଳରେ ୬୩ ହଜାରରୁ ଅଧିକ ସ୍ମାର୍ଟ ମିଟର ସ୍ଥାପନ କରିଛି। ଗ୍ରାହକଙ୍କୁ ଏହା ଡିଜିଟାଲ୍ ପେମେଣ୍ଟ୍‌ ସୁବିଧା ଯୋଗାଇ ଦେଉଥିବାରୁ ଏହାର ୫୭%ରୁ ଅଧିକ ଗ୍ରାହକ ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ୍‌ କରୁଛନ୍ତି। ଗ୍ରାହକଙ୍କ ପାଇଁ ଏହା ମୋବାଇଲ୍ ଆପ୍ ମଧ୍ୟ ଜାରି କରିଛି।

ସମ୍ବନ୍ଧିତ ଖବର