ହାର୍ଲି ଡେଭିଡସନ୍‌ ଷ୍ଟ୍ରିଟ୍ ୭୫୦ର ଦାମ୍ କମିଲା

ନୂଆଦିଲ୍ଲୀ: ‌ହାର୍ଲି ଡେଭିଡସନ୍ ଶୁକ୍ରବାର ଏହାର ଷ୍ଟ୍ରିଟ୍ ୭୫୦ ମୋଟରସାଇକଲର ଦାମ୍‌ ହ୍ରାସ କରିଛି। ପୂର୍ବରୁ ଷ୍ଟ୍ରିଟ୍ ୭୫୦ ମୋଟରସାଇକଲ (ଭିଭିଡ୍ ବ୍ଲାକ୍ କଲର)ର ମୂଲ୍ୟ ୫ ଲକ୍ଷ ୩୪ ହଜାର ଟଙ୍କା ଥିବାବେଳେ ଏବେ ଏହା ୪ ଲକ୍ଷ ୬୯ ହଜାର ଟଙ୍କାକୁ କମାଇ ଦିଆଯାଇଛି। ଅର୍ଥାତ୍‌ କମ୍ପାନି ଏହି ଗାଡ଼ି ଦାମ୍‌ରେ ୬୫ ହଜାର ଟଙ୍କା ହ୍ରାସ କରିଛି। ଅନ୍ୟ ରଙ୍ଗ ଯଥା ପର୍‌ଫର୍‌ମାନ୍ସ ଅରେଞ୍ଜ, ବ୍ଲାକ୍ ଡେନିମ, ଭିଭିଡ ବ୍ଲାକ ଡିଲକ୍ସ ଓ ବାରାକୁଡା ସିଲଭର ଡିଲକ୍ସରେ ଉପଲବ୍ଧ ହେଉଥିବା ଏହି ମୋଟରସାଇକଲ୍ ମୂଲ୍ୟ ‌ମୂଳ ଭର୍ସନଠାରୁ ୧୨ ହଜାର ଟଙ୍କା ଅଧିକ ରହିଛି।

ସମ୍ବନ୍ଧିତ ଖବର