୧୦ ହଜାର ‘ଜୟ ଇ-ବାଇକ୍’ ବିକ୍ରି ଲକ୍ଷ୍ୟ

ଭୁବନେଶ୍ବର: ଜୟ ଇ-ବାଇକ୍ ନାମରେ ଦୁଇ ଚକିଆ ଇଲେ‌କ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଗୁଜରାଟର ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ୧୦ ହଜାର ଗାଡ଼ି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ କଂପାନି ୧୦୦ଟି ଡିଲର୍‌ସିପ୍ ସ୍ଥାପନ କରିବ। ସେଥି ମଧ୍ୟରୁ ୬୦ଟି ଡିଲର୍‌ସିପ୍‌କୁ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ଖୋଲାଯିବ। କଂପାନିର ଉତ୍ପାଦ ପୋର୍ଟଫୋଲିଓରେ ଏବେ ୧୦ରୁ ଅଧିକ ମଡେଲ୍‌ ରହିଛି। ଭଦୋଦରା ଠାରେ ଥିବା କାରଖାନାରେ ସେଗୁଡ଼ିକୁ ନିର୍ମାଣ କରାଯାଉଛି। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୩-୪ ଲକ୍ଷ ୟୁନିଟ୍। କଂପାନିର ମୁଖ୍ୟ ବିତ୍ତ ଅଧିକାରୀ ‌ସ୍ନେହା ସୌଚେ କହିଛନ୍ତି ଯେ ଗୁଜରାଟ ସରକାର ଘୋଷଣା କରିଥିବା ଇଲେକ୍ଟ୍ରିକ୍ ଯାନ ନୀତି ଇଲେକ୍ଟ୍ରିକ୍ ଯାନ ବିକ୍ରି ବଢ଼ାଇବାରେ ସହାୟକ ହେବ।

ସମ୍ବନ୍ଧିତ ଖବର