ଆମେରିକା ମାନର ରାସ୍ତା ଭାରତରେ ହେବ: ଗଡ଼କରୀ

ନୂଆଦିଲ୍ଲୀ: ଭାରତରେ ଆମେରିକା ଭଳିଆ ରାସ୍ତା ଦେଖିବାକୁ ମିଳିବ। ଏଥିପାଇଁ ବେଶିଦିନ ବି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆସନ୍ତା ୩ ବର୍ଷ ଭିତରେ ଆମେରିକା ମାନର ଉନ୍ନତ ସଡ଼କ ଭାରତରେ ମଧ୍ୟ ଲୋକେ ପାଇବେ ବୋଲି କେନ୍ଦ୍ର ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଭର୍ଚୁଆଲ ମୋଡ୍‌ରେ ଗୁଜରାଟର ଦୀଶା ସହରରେ ୩.୭୫ କିଲୋମିଟରର ଚାରି ଥାକିଆ ଉଚ୍ଚ କରିଡ଼ର ଉଦ୍‌ଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଦେଶବାସୀଙ୍କୁ ଏହି ଆଶା ଦେଖାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଏହି ଉଦ୍‌ଘାଟନ ଉତ୍ସବରେ ସାମିଲ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଥିଲେ, ପୂର୍ବରୁ ଦେଶରେ ଦିନକୁ ମାତ୍ର ୨ କିଲୋମିଟର ରାସ୍ତା ନିର୍ମାଣ ହେଉଥିଲା। କିନ୍ତୁ ବର୍ତ୍ତମାନ ଦିନକୁ ୩୮ କି‌ଲୋମିଟର ରାସ୍ତା ନିର୍ମାଣ ହେଉଛି। ଭାରତମାଳା ପରିଯୋଜନାରେ ଗୁଜରାଟରେ ବିଶାଳ ସଡ଼କ ନେଟୱାର୍କ ନିର୍ମାଣ ହେଉଥିବା ସେ ଏହି ଅବସରରେ ସୂଚନା ଦେଇଥିଲେ। ତେବେ ସଡ଼କ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ସେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର