ବେଦାନ୍ତ ହସ୍ପିଟାଲ୍‌ର ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର

ଭୁବନେଶ୍ବର: ଲାଞ୍ଜିଗଡ଼ର ବେଦାନ୍ତ ହସ୍ପିଟାଲ୍ ପକ୍ଷରୁ ସୋନପୁରର ଲେପ୍ରା ମହାନଦୀ ଆଇ ହସ୍ପିଟାଲ୍‌ ସହ ମିଶି ଏକ ନିଶୁଳ୍କ ମୋତିଆବିନ୍ଦୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି। ଏହି ଶିବିର ଦ୍ବାରା ଆଖପାଖା ଗ୍ରାମର ୩୫ରୁ ଅଧିକ ରୋଗୀ ଲାଭବାନ ହୋଇଛନ୍ତି। ଏହି ଅବସରରେ ରୋଗୀଙ୍କୁ କମ୍ବଳ ମଧ୍ୟ ବଣ୍ଟନ କରାଯାଇଛି। ଶିବିରର ଉଦ୍‌ଘାଟନ ଅବସରରେ ବେଦାନ୍ତ ଲାଞ୍ଜିଗଡ଼ର ସିଓଓ ରାକେଶ ମୋହନ, ବୈଷୟିକ ନିର୍ଦେଶକ ଫିଲିପ୍‌ କ୍ୟାମ୍ପ୍‌ବେଲ୍‌, ମୁଖ୍ୟ ନିରାପତା ଅଧିକାରୀ ଗ୍ରାଣ୍ଟ୍‌ ଡୁର୍ଲିଙ୍ଗ୍‌, ଚିଫ୍ ମେଡିକାଲ୍ ଅଫିସର ଡକ୍ଟର ଅକ୍ଷୟ କୁମାର ସାହୁ ଓ ଲେପ୍ରାର ଡାକ୍ତର ସରୋଜକାନ୍ତ ମିଶ୍ର ଓ ଦେବେନ୍ଦ୍ର ନାରାୟଣ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର