ହ୍ଵାଟସ୍‌ଆପ୍‌ର ନୂଆ ’ଚେଞ୍ଜ ନମ୍ବର’ ସୁବିଧା

ନୂଆଦିଲ୍ଲୀ: ହ୍ଵାଟସଆପ୍‌ ବ୍ୟବହାରକାରୀମାନେ ଖୁବ୍‌ଶୀଘ୍ର ସେମାନଙ୍କ ଗୋଟିଏ ନମ୍ବରରୁ ଅନ୍ୟ ଏକ ନମ୍ବରକୁ ଡାଟା ସ୍ଥାନାନ୍ତର କରିବା ସୁବିଧା ପାଇବେ। ହ୍ଵାଟସଆପ୍‌ ‘ଚେଞ୍ଜ ନମ୍ବର’ ନାମରେ ଏକ ନୂଆ ବୈଶିଷ୍ଟ୍ୟର ପରୀକ୍ଷଣ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଏହି ସୁବିଧା ଆଇଓଏସ୍‌, ଆଣ୍ଡ୍ରଏଡ୍‌ ଏବଂ ଓ୍ଵିଣ୍ଡୋଜ୍‌ ଫୋନ୍‌ରେ ଉପଲବ୍ଧ ହେବ। ପୂର୍ବରୁ ହ୍ଵାଟ୍‌ସ୍‌ଆପ୍‌ ପକ୍ଷରୁ ରହିଥିବା ଚେଞ୍ଜ ନମ୍ବର ବୈଶିଷ୍ଟ୍ୟ ତୁଳନାରେ ନୂଆ ଚେଞ୍ଜ ନମ୍ବର ବୈଶିଷ୍ଟ୍ୟରେ ଅନେକ ନୂତନତ୍ୱ ଅଣାଯାଇଛି।

ସମ୍ବନ୍ଧିତ ଖବର