ନାବାଳିକା ଝିଅ ସହ ବିବାହିତ ଯୁବକକୁ ବାହା ନ ଦେବାରୁ  ପରିବାରର ୫ ଜଣଙ୍କୁ ହତ୍ୟା

ଜାମ୍‌ସେଦ୍‌ପୁର : ନିଜ ଝିଅକୁ ବାହା ଦେବା ପାଇଁ ମନା କରି ହତ୍ୟାର ଶିକାର ହୋଇଛନ୍ତି ଗୋଟିଏ ପରିବାର । ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ ତାକୁ ଜଣେ ବିବାହିତ ପୁରୁଷ ସହ ବିବାହ ଦେବାକୁ ଠିକ୍‌ ନ ଭାବି ପରିବାର ଲୋକେ ବିବାହ ପାଇଁ ମନା କରିଥିଲେ । ଅଭିଯୁକ୍ତର ପରିବାରର ଲୋକେ ଏ କଥା ଜାଣିବା ପରେ ରାଗରେ ପୀଡ଼ିତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି । ଏହି ଘଟଣାଟି ମାର୍ଚ୍ଚ ୧୪ରେ ଘଟିଥିବା ବେଳେ ଜଙ୍ଗଲରୁ ମୃତଦେହ ମିଳିବା ପରେ ଏବେ ଏହି ଘଟଣା ସାମ୍ନାକୁ ଆସିଛି । ମୃତକମାନେ ହେଲେ  ରାମ ସିଂ ସିର୍‌କା(୪୫),ତାଙ୍କ ସ୍ତ୍ରୀ ପନ୍ନୁ କୁଇ, ଝିଅ ରମ୍ଭା(୧୭),ପୁଅ କାଣ୍ଡେ(୧୨) ଏବଂ ସୋନ୍ୟ(୮)ବୋଲି ଚିହ୍ନଟ କରାଯାଇଛି । ଅନ୍ୟ ପକ୍ଷରେ ଘଟଣା ସାମ୍ନାକୁ ଆସିବା ପରେ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ ।

www.slate.com

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରମ୍ଭାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଅଭିଯୁକ୍ତ ଜଣଙ୍କ ପୂର୍ବରୁ ବିବାହିତ ହୋଇଥିବାରୁ ରାମ ସିଂ ଏହି ବିବାହ ପାଇଁ ସିଧା ସିଧା ମନା କରି ଦେଇଥିଲେ । ଏଥିରେ ରାଗି ଯାଇ ରାମ ସିଂ ଘରେ ନଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ୯ ଜଣ ସାଥୀଙ୍କ ସହ ଘରକୁ ଆସି ପରିବାରର ୪ ଜଣଙ୍କୁ ଲୁହାରଡ଼ ଏବଂ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିବା ସହ ଘର ଠାରୁ ୫କି.ମି ଦୂର ଜଙ୍ଗଲରେ ପୋଡ଼ି  ଦେଇଥିଲେ । କିଛି ସମୟ ପରେ ରାମ ସିଂ ଘରକୁ ଫେରିବା ପରେ ତାଙ୍କୁ ମଧ୍ୟ ମାରି ଆଉ ଏକ ଜଙ୍ଗଲରେ ପୋଡ଼ି ଦେଇଥିଲେ ବୋଲି ପୁଲିସ ଅଧୀକ୍ଷକ ତୌକିର୍‌ ଆଲମ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ୯ଜଣଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ୮ଜଣଙ୍କୁ  ଖୋଜିବା ଆରମ୍ଭ କରିଛିା

 

ସମ୍ବନ୍ଧିତ ଖବର