ସତ୍ୟବାଦୀର ଡିପ୍ଲୋମା ଡିଗ୍ରୀ ଧାରୀ ସାଇବର କ୍ରିମିନାଲ ମାଲକାନଗିରିରୁ ଗିରଫ, ୨ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର/ପୁରୀ: ମାଲକାନଗିରି ପୁଲିସ ଜଣେ ଉଚ୍ଚ ଶିକ୍ଷିତ ଡିପ୍ଲୋମା ଡିଗ୍ରି ଧାରୀ ସାଇବର କ୍ରିମିନାଲକୁ ଗିରଫ କରିଛି। ପୁଲିସ ଅଭିଯୁକ୍ତଙ୍କର ଠାରୁ ୨ ଲକ୍ଷ ୬ ହଜାର ୧୯୪ ଟଙ୍କା ମଧ୍ୟ ଜବତ କରିଛି। ପୁଲିସ କହିଛି, ସାଇବର କ୍ରିମିନାଲ ସୁପ୍ରଭାତ ମହାପାତ୍ର (୨୩)ର ଘର ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ହିରଣ୍ୟପଡ଼ା ଗାଁ। ଇନ୍ସପେକ୍ଟର ଏସ୍‌ଏସ୍‌ ତ୍ରିପାଠୀଙ୍କ ନେତୃତ୍ୱରେ ମାଲକାନଗିରି ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ୍‌ ଅଭିଯୁକ୍ତ ସୁପ୍ରଭାତକୁ ଗିରଫ କରିଛି। ସବୁଠାରୁ ବଡ଼ କଥା ହେଲା ଯେ ସୁପ୍ରଭାତ ନାଁରେ ୫ଟି ଜିଲ୍ଲାର ୬ଟି ଥାନାରେ ମାମଲା ରୁଜୁ ହୋଇଛି। ସେଗୁଡିକ ହେଲା ମାଲକାନଗିରି ଜିଲ୍ଲାର ଓରକେଲ, କାଲିମେଳା, ଯାଜପୁର ଜିଲ୍ଲାର ବଡ଼ଚଣା, କଟକ ଜିଲ୍ଲାର ଚାଉଳିଆଗଞ୍ଜ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି।

ପୁଲିସ କହିଛି, ସୁପ୍ରଭାତ ଜଣେ ଅନ୍ତଃରାଜ୍ୟ ସାଇବର କ୍ରିମିନାଲ ଏବଂ ଝାଡ଼ଖଣ୍ଡରେ ସାଇବର କ୍ରିମିନାଲ ଗତିବିଧିରେ ତା’ର ସଂପର୍କ ରହିଛି। ଅଭିଯୁକ୍ତ ମହାପାତ୍ର ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ୍‌ ଅଫ୍‌ ହସ୍‌ପିଟାଲିଟି ମ୍ୟାନେଜ୍‌ମେଣ୍ଟରୁ ଡିପ୍ଲୋମାରେ ଉତ୍ତିର୍ଣ୍ଣ ହୋଇଥିବା ବେଳେ ଓକାକ୍‌ (ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ସେଣ୍ଟର (ଓକାକ୍‌)ରୁ ପିଜି ଡିପ୍ଲୋମା ପାସ୍‌ କରିଛି। ପୁଲିସ କହିଛି ଯେଉଁ ଲୋକମାନେ ସୁପ୍ରଭାତଙ୍କ ଦ୍ୱାରା ଟଙ୍କାର ଠକେଇ ହୋଇଛନ୍ତି, ସେମାନେ ତାହା ଫେରିପାଇବେ।

ସମ୍ବନ୍ଧିତ ଖବର