ବିବାହ ପାଇଁ ରାଜି କରାଇବାକୁ ନିଜ ଦେହରେ ପେଟ୍ରୋଲ ଢ଼ାଳିଲେ ଯୁବକ, ଏହା ଦେଖି ଜଳୁଥିବା ଦିଆସିଲ କାଠି ପକାଇଦେଲେ ନାବାଳିକା, ତା’ ପରେ…

ଲକ୍ଷ୍ନୌ : ଜଣେ ଯୁବକ ନିଜ ପ୍ରେମିକାକୁ ମନେଇବା ପାଇଁ କରିଥିବା କାମ ତାଙ୍କୁ ଏଭଳି ପରିସ୍ଥିତିରେ ପକାଇବ, ତାହା ବୋଧ ହୁଏ କେହି ଚିନ୍ତା କରି ନଥିବେ । ନାବାଳିକା ପ୍ରେମିକାକୁ ବିବାହ ପାଇଁ ରାଜି କରାଇବାକୁ ଯାଇ ଯୁବକଜଣଙ୍କ ନିଜ ଦେହରେ ପେଟ୍ରୋଲ ପକାଇ ଦେଇଥିଲେ । ପ୍ରେମିକା ଏପରି କରିବାକୁ ମନା କରିବା ପରିବର୍ତ୍ତେ ଯୁବକଙ୍କ ଉପରେ ଜଳୁଥିବା ଦିଆସିଲି କାଠି ଫିଙ୍ଗି ଦେବାରୁ ଯୁବକଙ୍କ ଶରୀରର ୬୦ ଭାଗ ଜଳି ଯାଇଥିବା ଜଣା ପଡ଼ିଛି । ଘଟଣାଟି ଲକ୍ଷ୍ନୌର ଖାଦରା ଅଞ୍ଚଳରେ ଘଟିଛି ।

KFGO.com

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତ ଅରବିନ୍ଦ ନିଜ ପଡ଼ୋଶୀ ଘରେ ରହୁଥିବା ନାବାଳିକାକୁ ବିବାହ କରିବାର ଜିଦ୍‌ ଧରି ବସିଥିଲେ । କିନ୍ତୁ ନାବାଳିକାଙ୍କ ପରିବାର ଲୋକେ ଝିଅକୁ ୧୮ବର୍ଷ ହେଲେ ଯାଇ ବିବାହ କରାଇବେ ବୋଲି କହିଥିଲେ । ଏପ୍ରିଲ ୨୦ରେ ନାବାଳିକା ନିଜ ମା’ଙ୍କ ସହ ପୀଡ଼ିତଙ୍କ ଘରକୁ ଆସିଥିବା ବେଳେ ପୀଡ଼ିତ ବିବାହ କଥା ଉଠାଇଥିଲେ । ଯାହା ପରେ ୩ଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ଯାଇଥିଲା । ଏହା ପରେ ପୀଡ଼ିତ ନିଜ ଉପରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟାର ଧମକ ଦେଇଥିଲେ । ତାଙ୍କୁ ରୋକିବା ପରିବର୍ତ୍ତେ ନାବାଳିକାଜଣଙ୍କ ପୀଡ଼ିତଙ୍କ ଉପରକୁ ଦିଆସିଲ କାଠି ଫିଙ୍ଗି ସେଠାରୁ ଚାଲି ଆସିଥିଲେ । ପରେ ଯୁବକଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକ ଆସି ତାଙ୍କୁ ଡ଼ାକ୍ତରଖାନାରେ ବର୍ତ୍ତି କରାଇଥିଲେ ।.

ସମ୍ବନ୍ଧିତ ଖବର