ହାଇଦ୍ରାବାଦରୁ ବିମାନରେ ଦିଲ୍ଲୀ ଆସି ଚୋରାଉ ଥିଲା ଦାମୀ କାର୍ ! ଧରାପଡ଼ିଲା ପରେ ୫ ବର୍ଷରେ ୫୦୦ କାର ଚୋରି କରିଥିବା ମାନିଲା
ନୂଆଦିଲ୍ଲୀ: ଦିଲ୍ଲୀରୁ ଜଣେ ବ୍ୟକ୍ତି ୫ ବର୍ଷ ମଧ୍ୟରେ ପାଖାପାଖି ୫୦୦ ସହ ଦାମୀ କାର୍ ଚୋରି କରିଥିବା ଜଣାପଡ଼ିଛି। ବାରମ୍ବାର ଚୋରି ପରେ ବି ଅଭିଯୁକ୍ତକୁ ଧରିପାରୁ ନ ଥିଲା ପୁଲିସ୍। ନିକଟରେ ଚୋର ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଅଭିଯୁକ୍ତ ସଫ୍ରୁଦ୍ଦିନ ଶୁକ୍ରବାର ପୁଲିସ୍ ଦ୍ୱାରା ଗିରଫ ହୋଇଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତର ଦିଲ୍ଲୀସ୍ଥିତ ନନ୍ଦ ନଗରୀ ଅଞ୍ଚଳର ସଫ୍ରୁଦ୍ଦିନ(୨୬) ଏବଂ ତାଙ୍କର ଗ୍ୟାଙ୍ଗ୍ର କିଛି ସଦସ୍ୟ ମିଶି ବିମାନ ଯୋଗେ ହାଇଦ୍ରାବାଦ୍ରୁ ଆସୁଥିଲେ। ଗିରଫ ହେବାରୁ ନିଜକୁ ବଞ୍ଚାଇବା ପାଇଁ ଗାଡ଼ି ଚୋରାଇବା ପରେ ପୁଣି ହାଇଦ୍ରାବାଦ୍ ଫେରି ଯାଉଥିଲେ।
ଇନ୍ସ୍ପେକ୍ଟର ନିରଜ ଚୌଧୁରୀ ଏବଂ ସବ୍-ଇନ୍ସ୍ପେକ୍ଟର କୁଲଦୀପଙ୍କ ଟିମ୍ ଅଗଷ୍ଟ ୩ ତାରିଖ ଦିନ ଗଗନ ସିନେମା ହଲ୍ ସାମ୍ନାରେ ଏକ କାର୍ ଅଟକାଇଥିଲେ। କାର୍ର ଚାଳକ ଥିଲେ ସଫ୍ରୁଦ୍ଦିନ। ସେ ପୁଲିସ୍କୁ ଦେଖି ଖସିଯିବାକୁ ଚେଷ୍ଟା କରିଥିଲେ ବି ୫୦ କିଲୋମିଟର ଗୋଡ଼ାଇବା ପରେ ପୁଲିସ୍ ସଫ୍ରୁଦ୍ଦିନକୁ ଗିରଫ କରିବାରେ ସମର୍ଥ ହୋଇଥିଲା।
ଧରାପଡ଼ିବା ପରେ ସଫ୍ରୁଦ୍ଦିନ ପୁଲିସ୍କୁ ଜଣାଇଛି ଯେ ପ୍ରତିବର୍ଷ ଦିଲ୍ଲୀରୁ ସେ ଅତି କମରେ ୧୦୦ଟି ଦାମୀ କାର ଚୋରାଇ ଥାଏ । ମହମ୍ମଦ ସରିକଙ୍କ ସମେତ ଏହି କାମରେ ତାଙ୍କର ଅନ୍ୟାନ୍ୟ ସହଯୋଗୀ ମଧ୍ୟ ଅଛନ୍ତି। ସେମାନେ ଚୋରି ଗାଡ଼ିଗୁଡ଼ିକୁ ମୁଖ୍ୟତଃ ପଞ୍ଚାବ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ବିକ୍ରି କରନ୍ତି।