ମହିଳାଙ୍କ ପୋଷାକ ପିନ୍ଧି ବଧୂ ଭଳି ସଜେଇ ହୋଇ ଫାଶୀ ଲଗାଇଲେ ପିଜ୍ଜା ଡେଲିଭରୀ ବଏ

ଧର୍ମଶାଳା: ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲା ଧର୍ମଶାଳାର ଜଣେ ଯୁବକ ମହିଳାଙ୍କ ପୋଷାକ ପିନ୍ଧି ବଧୂ ଭଳି ସଜେଇ ହୋଇ ଆତ୍ମହତ୍ୟା କରିବାର ଏକ ଘଟଣା ସାମ୍ନାକୁ ଆସିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ପିଜ୍ଜା ଡେଲିଭରୀ ବଏ ଭାବେ କାମ କରୁଥିବା ଜଣାଯାଇଛି।

ପ୍ରକାଶିତ ରିପୋର୍ଟ ମୁ୍ତାବକ, ମନୋଜ କୁମାରଙ୍କ ପରିବାର ମୂଳତଃ ବିହାରରେ ବସବାସ କରୁଥିବା ବେଳେ ଗତ କିଛି ବର୍ଷ ହେଲା ଦାଡିରେ ରହୁଛନ୍ତି। ମନୋଜ ଧର୍ମଶାଳା ଅଞ୍ଚଳରେ ପିଜ୍ଜା ଡେଲିଭରୀ ଏବେ କାମ କରୁଥିଲେ।

Youth Prepare like a Bride and Committed Suicide Dharamshala Police Start Investigation

ପରିବାରଲୋକଙ୍କ କହିବାନୁସାରେ ପୁଅ ମନୋଜ କୁମାରକୁ ଗତ ଶନିବାର ରାତିରେ ସେମାନେ ଘରେ ଥିବା ଦେଖିଥିଲେ। କିନ୍ତୁ ରବିବାର ସକାଳୁ ଘରଲୋକ ମନୋଜକୁ ଖୋଜିଥିଲେ ହେଁ ପାଇ ନଥିଲେ। ଏହାପରେ ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ। ଏହି ଖୋଜାଖୋଜିର କିଛି ସମୟ ପରେ ଘରଲୋକ ପୁଅର ମୃତଦେହ ଏକ ଗଛରେ ଝୁଲୁଥିବା ଦେଖି ସ୍ତବ୍ଧ ହୋଇଯାଇଥିଲା। ଏହା ମନୋଜର ମୃତଦେହ ହୋଇପାରେ ବୋଲି ବିଶ୍ବାସ କରି ପାରି ନଥିଲେ।

ଆତ୍ମହତ୍ୟା କରିବା ପୂର୍ବରୁ ସେ ମହିଳାଙ୍କ ପୋଷାକ ପିନ୍ଧି ବଧୂ ଭଳି ସଜେଇ ହୋଇଥିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଆତ୍ମହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମନୋଜଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିଲା।

ସମ୍ବନ୍ଧିତ ଖବର