ରାଜସ୍ଥାନ : ରାଜସ୍ଥାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିଜ ମା’କୁ ଖୁସିରେ ନ ରଖିବାରୁ ଦୁଇ ସ୍ତ୍ରୀକୁ ଜିଅନ୍ତା ଜାଳି ଦେଇ ମାତୃଭକ୍ତ ପୁତ୍ର ଏବେ ବେଶ୍ ଚର୍ଚ୍ଚାରୋ ବଜାରକୁ ଜିନିଷ କିଣିବା ନାଁରେ ଦୁଇ ପତ୍ନୀଙ୍କୁ ଡ଼ାକିନେଇ ଅଭିଯୁକ୍ତ ସ୍ୱାମୀ ଏଭଳି ବର୍ବର କାଣ୍ଡ ଘଟାଇଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ‘ଦୀପା ରାମ ନାମକ ଜଣେ ବ୍ୟକ୍ତି ଦୁଇ ଜଣଙ୍କୁ ବିବାହ କରିଥିଲେ। ସେ ଦୁହେଁ ହେଲେ ଦରିଆ ଦେବୀ(୨୫) ଓ ମଲି ଦେବୀ(୨୭)। ସେମାନଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର କଳି ଝଗଡ଼ା ହେବା ଫଳରେ ପାରିବାରିକ ବିଶୃଙ୍ଖଳା ଲାଗି ରହୁଥିଲା। ଏପଟେ ସେ ଦୁହେଁ ଦୀପାଙ୍କ ମାଆଙ୍କର ମଧ୍ୟ ଉପଯୁକ୍ତ ଯତ୍ନ ନେଉ ନଥିଲେ। ଦୁଇ ପତ୍ନୀଙ୍କର ଏଭଳି ଆଚରଣରେ ବିରକ୍ତ ହୋଇ ଅଭିଯୁକ୍ତ ଦୀପା ରାମ ମଙ୍ଗଳବାର ଦିନ ନିଜର ଦୁଇ ସ୍ତ୍ରୀଙ୍କୁ ଗହଣା କିଣିବା ଆଳରେ ଡ଼ାକି ନେଇଥିଲେ । ବାଟରେ ଯିବା ସମୟରେ ତିନି ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ହେବା ସମୟରେ ଦୀପା ରାମ ଗାଡ଼ିକୁ ରଖି ଦେଇଥିଲେ । ରାମ ନିଜେ ଗାଡ଼ିରୁ ବାହାରି ଗାଡ଼ିକୁ ଲକ୍ କରିଦେଇଥିଲେ । ଏହା ପରେ ସେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।’
ରାମ ଗୁଜୁରାଟରେ ଜଣେ ଶ୍ରମିକ ଭାବରେ କାମ କରନ୍ତି। ତାଙ୍କର ତିନୋଟି ପିଲା ଅଛନ୍ତି। ପୁଲିସ ଆଗରେ ସେ ନିଜର ଦୋଷ ସ୍ୱୀକାର କରିଛନ୍ତି। ପୁଲିସ୍ ତାଙ୍କୁ ଗିରଫ କରିଛି ।