ମହିଳାଙ୍କୁ ଲିଫ୍ଟ ଦେବା ଏଏସ୍‌ଆଇଙ୍କୁ ପଡ଼ିଲା ମହଙ୍ଗା, ବନ୍ଧକ ବନାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପୂରା ଘଟଣା

ନୂଆଦିଲ୍ଲୀ: ଯଦି ଆପଣ ନିଜ ଗାଡ଼ିରେ କାହାକୁ ସାହାଯ୍ୟ କରିବାକୁ ଯାଇ ଲିଫ୍ଟ ଦେଉଛନ୍ତି, ତେବେ ଏହି ଘଟଣା ଆପଣଙ୍କୁ ନିହାତି ଭାବରେ ଭାବିବାକୁ ବାଧ୍ୟ କରିବ । ହରିୟାଣାର ଫରିଦାବାଦ୍‌ରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫରିଦାବାଦ୍‌ରେ ଜଣେ ଯୁବତୀ ସାହାଯ୍ୟ ଭିକ୍ଷା କରି ଜଣେ ଏଏସ୍‌ଆଇଙ୍କୁ ଲୁଟିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ମାମଲାକୁ ନେଇ ଏଏସ୍‌ଆଇ ଜଣଙ୍କ ଏବେ ଅଭିଯୁକ୍ତ ଯୁବତୀଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ଏଏସ୍‌ଆଇ ଚରଣ ସିଂ ଏକ ଜୁସ୍‌ ଦୋକାନରେ ଜୁସ୍‌ ପିଉଥିବା ସମୟରେ ଅଭିଯୁକ୍ତ ଯୁବତୀ ସେଠାରେ ପହଞ୍ଚି ନିଜ ସ୍ୱାମୀଙ୍କ ଦେହ ଖରାପ ବୋଲି କହିଥିଲେ । ଏହା ସହ ମୋତେ ନେଇ ବଲ୍ଲଭଗଡ଼ରେ ପହଞ୍ଚାଇ ଦିଅ ବୋଲି କହିବାରୁ ଚରଣ ସିଂ ତାଙ୍କ କାର୍‌ରେ ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ । କିଛି ବାଟ ଯିବା ପାର ଜନଶୂନ୍ୟ ରାସ୍ତା ଦେଖି ଯୁବତୀ ଚରଣ ସିଂଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ ।

New York Post

ଟଙ୍କା ନ ଦେଲେ ମୋ ସହ ଦୁଷ୍କର୍ମ କରିଛ ବୋଲି ମୁଁ ଅଭିଯୋଗ କରି ଦେବି କହି ଚରଣଙ୍କୁ ଧମକ ଦେବା ସହ ତାଙ୍କ ପାଖରେ ଥିବା ୨୦ହଜାର ଟଙ୍କା ନେଇ ଯାଇଥିଲେ । ଏଥିରେ ମନ ନ ଭରିବାରୁ ପେଟିଏମ୍‌ରୁ କିଛି ଟଙ୍କା ବାହାର କରିବା ସହ ଗାଡ଼ି ଅଟକାଇ ଏଟିଏମ୍‌ରୁ ଟଙ୍କା ବାହାର କରିବା ପାଇଁ କହିଥିଲେ ଯୁବତୀ । ଏଟିଏମ୍‌ରେ ଥିବା ସମସ୍ତ ଟଙ୍କାକୁ ନେଇ ଯୁବତୀ ଫେରାର ହେବା ପରେ ଏବେ ଚରଣ ସିଂ ଏନ୍‌ଆଇଟି ଥାନାରେ ଅଭିଯୋଗ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର