ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ମହିଳାଙ୍କ ପ୍ରତି ଅସଦାଚରଣ; ଅଭିଯୁକ୍ତ ଗିରଫ

ମୁମ୍ବାଇ: ମୁମ୍ବାଇରେ ଗୋଟିଏ ଚଳନ୍ତା ଲୋକାଲ୍‌ ଟ୍ରେନ୍‌ରେ ଜଣେ ମହିଳାଙ୍କ ସହ ଜଣେ ବ୍ୟକ୍ତି ଅସଦାଚରଣ କରିଥିବା କଥା କୁହାଯାଉଛି। ସେ ମହିଳାଜଣକ କୁଆଡ଼େ ସେ ବ୍ୟକ୍ତିଙ୍କ ଠାରୁ ଗୁଡ଼ାଏ ଟଙ୍କା କରଜ ନେଇ ଥିଲେ।

ଘଟଣାଟି ଗତରାତିରେ ଘଟିଛି। ଥାନେରୁ ଛତ୍ରପତି ଶିବାଜୀ ଟର୍ମିନସ୍‌ ରେଳବାଇ ଷ୍ଟେସନ୍‌କୁ ଯାଉଥିବା ସେ ଲୋକାଲ୍‌ ଟ୍ରେନ୍‌ର ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ସେ ମହିଳା ଏବଂ ସେ ଅଭିଯୁକ୍ତ ଯାତ୍ରା କରୁଥିଲେ।

ଅଭିଯୁକ୍ତଙ୍କ ନାଁ ରଫିକ୍‌ ଶେଖ୍‌ ବୋଲି ଜଣାପଡ଼ିଛି। ସେ ବୃତ୍ତିରେ ଜଣେ ଟ୍ୟାକ୍‌ସି ଚାଳକ।

ଦୁହେଁ ମାଡ଼ଗୋଳ ଲାଗିବା ପରେ ଅଭିଯୁକ୍ତ ସେ ମହିଳାଙ୍କୁ ଅସଦାଚରଣ କରିବା ସହ ତଣ୍ଟିଚିପି ହତ୍ୟା କରିବାକୁ ବାହାରିଥିଲା।

ସେ ବଗିରେ ଯାତ୍ରା କରୁଥିବା ସହଯାତ୍ରୀମାନେ ଦାଦର ଜିଆର୍‌ପିଙ୍କୁ ସୂଚନା ଦେବା ପରେ ସେମାନଙ୍କ ହାତରେ ଅଭିଯୁକ୍ତ ଗିରଫ ହୋଇ ଥିଲା।

ତାଙ୍କ ବିରୋଧରେ ହତ୍ୟା ଏବଂ ଅସଦାଚରଣ ଉଦ୍ୟମ ମାମଲା ଲାଗୁ କରା ଯାଇଛି।

ସମ୍ବନ୍ଧିତ ଖବର