୧୪୪ ଧାରା ଜାରି ପରେ ଉମରକୋଟ ପରିସ୍ଥିତି ଶାନ୍ତ, ୧୦୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

୪୦ ବର୍ଷ ପରେ ଉମରକୋଟରେ ପୁଣି ହେଲା ଲାଠି ଚାଳନା

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟରେ ୧୯୮୨ ମସିହାରେ ହୋଇଥିଲା ପୁଲିସର ଲାଠି ଚାଳନା। ଠିକ ୪୦ ବର୍ଷ ପରେ ପୁଣି ସେହି ପରିସ୍ଥିତି। ଉମରକୋଟ ଡିଏନକେ ଛକ ଠାରେ ଦୀର୍ଘ ୪୮ ଘଣ୍ଟା ଧରି ଶବ ପୋତାକୁ ନେଇ ହେଇଥିବା ରାସ୍ତାରୋକ ଯୋଗୁ ଜନଜୀବନ ପ୍ରଭାବିତ ହେବ। ପରେ ପୁଲିସ ଶନିବାର ରାତି ଉମରକୋଟ ସହରରେ ପ୍ରଶାସନ ୧୪୪ ଧାରା ଜାରି କରିବା ସହ ମୃଦୁ ଲାଠି ଚାଳନା କରିଥିଲା। ଏହି ୧୪୪ ଧାର। ସୋମବାର ରାତି ୯ ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଥାନା ଆଇଆଇସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି। ତେବେ ୧୪୪ ଧାରା ଜାରି ପରେ ଉମରକୋଟରେ ପରିସ୍ଥିତି ଶାନ୍ତ ହେଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଡିଏନକେ ଛକ ଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ବର୍ତ୍ତମାନ ଶୁଦ୍ଧା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇନି ଉମରକୋଟ ସହରରେ। ରାସ୍ତା ଅବରୋଧ କରି ଜନଜୀବନକୁ ପ୍ରଭାବିତ କରିବା ଅଭିଯୋଗ ରେ ଉମରକୋଟ ପୁଲିସ ୧୦୦ ଜଣ ରାସ୍ତା ଅବରୋଧକାରୀଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରିଛି। ଉମରକୋଟ ସହରରେ ୧୪୪ ଧାରା ଜାରି କରିବା ପରେ ସହରରେ ଜନ ଗହଳି ଆଜି କମ ଦେଖିବାକୁ ମିଳିଥିଲା। ପୁଲିସର ମୃଦୁ ଲାଠି ଚାଳନା ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ସବକୁ ଗାଁ ଲୋକଙ୍କୁ ନପଚ।ରି ପୋତି ଦେଇ ଭୁଲ କାର୍ଯ୍ୟ କରିବା ଯୋଗୁ ଏହି ପରିସ୍ଥିତି ଉପୁଜିଥିବା ବେଳେ ପୁଲିସ ଲାଠି ନ ଚଳାଇ କଥା ବାର୍ତ୍ତା ମାଧ୍ୟମରେ ରାସ୍ତା ହଟେଇ ଥିଲେ ଭଲ ହେଇଥାନ୍ତା ବୋଲି ମତ ପ୍ରକାଶ ପାଇଛି। ସହର ପରିସ୍ଥିତିକୁ ଧରି ୧୪୪ ଧାର।କୁ ବଢ଼ା ଯିବ କି ନାହିଁ ପ୍ରଶାସନ ସ୍ଥିର କରିବ ବୋଲି ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର