ଗୋଚାଲାଣ ବେଳେ କଣ୍ଟେନର ଅଟକାଇବାରୁ ଗୋସୁରକ୍ଷା କର୍ମୀଙ୍କୁ ମାଡ଼ ମାରିଲେ ଚାଲାଣକାରୀ

ଭଦ୍ରକ: କଣ୍ଟେନରରେ ଶତାଧିକ ଗୋରୁ ଚାଲାଣ ବେଳେ ଖବର ପାଇ ଅଟକାଇଲେ ଗୋସୁରକ୍ଷା ସମିତିର କର୍ମକର୍ତ୍ତା | ଆଉ ସେମାନଙ୍କୁ ଆକ୍ରମଣ କରିଛନ୍ତି ଗୋମାଫିଆ | ଭଦ୍ରକ ଜିଲ୍ଲା ରାଣୀତାଲରେ କିଛି ଏଭଳି ଘଟଣା ଘଟିଛି | ଗୋରୁ ମାଫିଆଙ୍କ ମାଡ଼ରେ ଗୋସୁରକ୍ଷା ସମିତିର ୩ ଜଣ କର୍ମକର୍ତ୍ତା ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି |

ଗୋ ଚାଲାଣ ହେଉଥିବା କଣ୍ଟେନରକୁ ଅଟକାଇବାବେଳେ ମାଫିଆମାନେ ଆକ୍ରମଣ କରିଛନ୍ତି | ଘଟଣାସ୍ଥଳରୁ ଗୋଟିଏ କଣ୍ଟେସନର ଖସିପଳାଇଥିବାବେଳେ ଆଉ ୨ଟି କଣ୍ଟେନରକୁ ଜବତ କରାଯାଇଛି | ଜବତ କଣ୍ଟେନର ମଧ୍ୟରୁ ୨୦୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଜାତୀୟ ରାଜପଥ ଦେଇ ଶତାଧିକ ଗୋଚାଲାଣ ହେଉଥିବା ନେଇ ଗୋସୁରକ୍ଷା କର୍ମକର୍ତ୍ତା ଜାଣିବାକୁ ପାଇଥିଲେ |

ଆଉ କର୍ମକର୍ତ୍ତାମାନେ ଜାତୀୟ ରାଜପଥରେ ୩ଟି କଣ୍ଟେନରକୁ ଅଟକାଇଥିଲେ | କଣ୍ଟେନରରେ ଥିବା ଗୋମାଫିଆମାନେ କର୍ମକର୍ତ୍ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ | ଏଥିରେ ତିନି ଜଣ କର୍ମକର୍ତ୍ତା ଗୁରୁତର ଆହତ ହୋଇଛନ୍ତି |

ସମ୍ବନ୍ଧିତ ଖବର