ଅନୁଗୁଳରେ ସ୍ୱାସ୍ଥ୍ୟସେବା ସ୍ଥିତି ପରଖିଲେ ପାଣ୍ଡିଆନ

ଶଯ୍ୟା ସଂଖ୍ୟା ୩୦୦କୁ ବୃଦ୍ଧି ପାଇଁ ପ୍ରସ୍ତାବ,  ଜମି ଚିହ୍ନଟ କରିବାକୁ ପାଣ୍ଡିଆନଙ୍କ ପରାମର୍ଶ

ଅନୁଗୁଳ: ଅନୁଗୁଳ ଗସ୍ତରେ ଆସି ମଙ୍ଗଳବାର ଅଚନାକ ୫ଟି ସଚିବ ଭି.କେ. ପାଣ୍ଡିଆନ ଅନୁଗୁଳ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟର ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିଛନ୍ତି। ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ପ୍ରାୟ ଏକ ଘଣ୍ଟା ବୁଲି ରୋଗୀ ଓ‌ ସେମାନଙ୍କ ସଂପର୍କୀୟମାନଙ୍କୁ ଏଠାକାର ସ୍ବାସ୍ଥ୍ୟ ସେବା ସଂପର୍କରେ ପଚାରି ବୁଝିବା ପରେ ପ୍ରଶିକ୍ଷଣ କେନ୍ଦ୍ରରେ ଡାକ୍ତର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ଲୋକେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ନେଇ ଅବଗତ କରାଯାଇଥିଲା।

୧୯୨ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟର ପୁରୁଷ ମେଡିସିନ ବିଭାଗ ଓ ଶିଶୁରୋଗ ବିଭାଗରେ ଚଟାଣରେ ‌ରୋଗୀମାନେ ଚିକିତ୍ସିତ ହେଉଥିବା ଦେଖି ଶ୍ରୀ ପାଣ୍ଡିଆନ ଉଦ‌ବେଗ ପ୍ରକାଶ କରିଥିଲେ। ରୋଗୀଙ୍କ ଶଯ୍ୟା ସଂଖ୍ୟା ୩୦୦ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯିବାରୁ ତୁରନ୍ତ ନିର୍ମାଣ କାର୍ଯ୍ୟ ନିମନ୍ତେ ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳ ମନୋଜ ମହାନ୍ତିଙ୍କୁ ନିର୍ଦ୍ଦେଶ‌ ଦେଇଥିଲେ। ଡାକ୍ତର ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ଭଲ କାମ ପାଇଁ ପୁରସ୍କାର ଦିଆଯିବ, କିନ୍ତୁ କାର୍ଯ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସତର୍କ କରାଇଥିଲେ।

ସମ୍ବନ୍ଧିତ ଖବର