୩ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ କଟକରୁ ଆଜି ୬୩ ଜଣ କରୋନା ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ୩ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ୬୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସରକାରୀ ସଂଗରୋଧରୁ ୧୯ ଜଣଙ୍କ ସମେତ ମୋଟ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରୁ ୧୩ ଜଣ ଓ ସ୍ଥାନୀୟ ଅଂଚଳରୁ ୨୦ ଜଣ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୨୦୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୧୯୩ ଜଣ ସୁସ୍ଥ ହୋଇଛନ୍ତି। ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୮୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମାଲଗୋଦାମ ନିକଟ ଜାଲୁଆ ସାହିରୁ ଚିହ୍ନଟ ହୋଇଥିବା ୧୩ ଜଣ ପଜିଟିଭଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୯ ଜଣ ମହିଳା ଅଛନ୍ତି। ଏସ୍‌ସିବି ଆଇସୋଲେସନରୁ ୨ ଜଣ କୋଭିଡ ଯୋଦ୍ଧା (ଜଣେ ପୁରୁଷ ଏବଂ ଜଣେ ମହିଳା)ଙ୍କ ସମେତ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ମୋଟ ୪ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ। ସହରର ଅନ୍ୟ ଅଂଚଳରୁ ଜଣେ କୋଭିଡ ଯୋଦ୍ଧାଙ୍କ ସମେତ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗୃହ ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ଜୋବ୍ରାସାହିରୁ ଅଛନ୍ତି। ରିଫ୍ୟୁଜି କଲୋନି, ଝାଞ୍ଜିରି ମଙ୍ଗଳାରୁ ୨-୨ ଜଣ, ସିଡିଏ ସେକ୍ଟର-୯, ଝୋଲାସାହି, ବିଦ୍ୟାସାଗର ଓ ଦହିସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ଅଚଂଳରୁ ଆଜି ମୋଟ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛତ୍ର ବଜାରରୁ ୩ ଜଣ, ନିମ ସାହି, ନ୍ୟୁ ରେଭନ୍ୟୁ କଲୋନିରୁ ୨-୨ ଜଣ, ଜଗତପୁର, ରାଜା ବଗିଚା, ସିଡିଏ ସେକ୍ଟର-୧୦, ଚାନ୍ଦିନୀ ଚୌକ, ନୟାସଡ଼କ, କଲ୍ୟାଣୀ ନଗର, ବକ୍ସିବଜାର, ଦରଘା ବଜାର, ଖଇରା ଜଗତପୁର, ସିଡିଏ ସେକ୍ଟର-୧୧ ଓ ଚାଉଳିଆଗଂଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର