ଠିଆ ହୋଇଥିବା ଟ୍ରଲରକୁ ପିଟିଲା ଗୋରୁ ବୋଝେଇ ପିକଅପ୍: ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ରୁପସା: ଠିଆ ହୋଇଥିବା ଟ୍ରଲରକୁ ପଛରୁ ପିଟିଲା ଗୋରୁ ବୋଝେଇ ପିକଅପ୍। ଏଥିରେ ଗୋରୁ ବୋଝେଇ ପିକଅପର‌େ ଥିବା ୩ ଜଣ ଗୁରୁତର ହୋଇଛନ୍ତି। ୬୦ ନମ୍ବର ଜାତୀୟ ରାଜପଥ ରୁପ୍‌ସା ଥାନା ହଳଦୀପଦା ରାଜଧାନୀ ଢାବା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୩ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଗୋରୁ ବୋଝେଇ ଟ୍ରକ୍‌ ରୁ ଅବଶ୍ୟ ଗାଈମାନେ ସୁରକ୍ଷିତ ରହିଛନ୍ତି।

ଗୋରୁ ବୋଝେଇ ଟ୍ରକ୍ ଚାଳକର ଅସାବଧାନତା ହେତୁ ଏହି ଦୁର୍ଘଟଣା ଘଟିଛି। ପ୍ରତିଦିନ ଏଭଳି ବହୁ ଗୋଚାଲାଣ ଗାଡ଼ି ଯାଉଥିଲେ ବି ପୁଲିସ ପ୍ରଶାାସନର ସେଥିପ୍ରତି ନିଘା ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର