ବାଲେଶ୍ବର: ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେଉଥିଲେ ଡ୍ରାଇଭର, ଓଲଟି ପଡ଼ିଲା ବସ୍

ବାଲେଶ୍ବର: ବସ ଚଳାଇବା ବେଳେ ଡ୍ରାଇଭରଙ୍କ ମୋବାଇଲରେ ଗପିବା ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଡ୍ରାଇଭରଙ୍କ  ଅସାବଧାନତା ଯୋଗୁଁ ଓଲଟିଛି ବସ୍ । ଡ୍ରାଇଭର ମୋବାଇଲରେ କଥା ହେଉଥିବାରୁ ଯାତ୍ରୀବାହୀ ବସ୍ ଓଲଟି ପଡିଥିବା ଅଭିଯୋଗ ହୋଇଛି । ବାଲେଶ୍ୱରର ବାହାନଗା ଆଲଦା ଗାଁ ନିକଟରେ ଝାଡେଶ୍ୱର ନାମକ ବସ୍ ଓଲଟି ୧୦ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବସଟି ବରଜଦେଉଳୀରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ମୋଟ ୧୫ ଜଣ ଯାତ୍ରୀ ଆସୁଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଯାତ୍ରୀଙ୍କ କହିବା ଅନୁସାରେ, ଡ୍ରାଇଭର ମୋବାଇଲରେ ଦୀର୍ଘ ସମୟ ଧରି କଥା ହେଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି ।

ସମ୍ବନ୍ଧିତ ଖବର