ବାଲେଶ୍ୱର: ରେମୁଣା ମହୋତ୍ସବରେ ଗୋଷ୍ଠୀ ସଂଘର୍ଷ, ଧାରା ୧୪୪ ଜାରି

ରେମୁଣା: ବାଲେଶ୍ୱର ଜିଲ୍ଲାର ରେମୁଣା ମହୋତ୍ସବରେ ମଙ୍ଗଳବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଦେଖାଯାଇଛି। କମେଣ୍ଟମରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ବିବାଦ ଓ ଯୁକ୍ତିତର୍କ ହେବାରୁ ପରିସ୍ଥିିତି ଅଣାୟତ୍ତ ହୋଇଛି। ଫଳରେ ପୁଲିସ ପକ୍ଷରୁ ଧାରା ୧୪୪ ଜାରି କରି ଦିଆଯାଇଛି।

ସୂଚନା ଅନୁସାରେ କଲେଜରେ କମେଣ୍ଟମରାକୁ କେନ୍ଦ୍ର କରି ସୋମବାର ଠାରୁ ଝଗଡ଼ାର ସୂତ୍ରପାତ ଆରମ୍ଭ ହୋଇଥିଲା, ଯାହାକି ଆଜି ଆହୁରି ଭୟଙ୍କର ରୂପ ନେଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଗୋଷ୍ଠୀ ସଂଘର୍ଷରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ପୁଲିସ ପାଖାପାଖି ୨୦ ଜଣ ଲୋକଙ୍କୁ ଅଟକ ରଖିଛି। ସହରରେ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର