ଆଜି ଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବି ଖୋଲିଲା ଜଗନ୍ନାଥ ମନ୍ଦିର: ଆଖଣ୍ଡଳମଣି ମନ୍ଦିର ବି ଖୋଲିଲା

ଭଦ୍ରକ : ଆଜି ଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଖୋଲିଛି। ଠିକ୍ ସେହିପରି ଲିଙ୍ଗରାଜ ମନ୍ଦିରକୁ ଛାଡ଼ି ଆଜିଠୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ଅନ୍ୟସବୁ ଧର୍ମାନୁଷ୍ଠାନ ଖୋଲିଛି।

Aradi Akhandalamani temple closed for devotees as servitor tests COVID-19  positive | Sambad English
Sambad English

ଅପରପକ୍ଷରେ ୪ ମାସ ପରେ ଆଜି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି। ଆଜି ଠାରୁ ମନ୍ଦିର ଖୋଲିବା ନେଇ ଜାରି ହୋଇଛି ନୂଆ ଏସଓପି। ଭକ୍ତମାନେ ସ୍ୱତନ୍ତ୍ର ବ୍ୟାରିକେଡରେ ଯାଇ କେବଳ ବାବାଙ୍କୁ ଦର୍ଶନ କରୁଛନ୍ତି। ଏପରିକି ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟକୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ନେଇପାରିବେ ନାହିଁ। ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହ ଭକ୍ତମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। ମନ୍ଦିର ସାନିଟାଇଜ ପାଇଁ ଶନିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୧୦ ବର୍ଷରୁ କମ୍, ୬୫ ବର୍ଷରୁ ଅଧିକ ବ୍ୟକ୍ତି ମନ୍ଦିର  ନ ଯିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଶ୍ରଦ୍ଧାଳୁମାନେ ପ୍ରଶାସନର ନିୟମ ମାନି ମନ୍ଦିର ଭିତରକୁ ଯାଉଛନ୍ତି ଏବଂ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରୁଛନ୍ତି।

ସମ୍ବନ୍ଧିତ ଖବର