କାର୍‌ ଓ ବାଇକ୍‌କୁ ଧକ୍କା ଦେଇ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍‌, ୭ ଆହତ

କଟକ: କଟକ ଜଲ୍ଲା ଜଗତପୁର ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଗତପୁର ଖଇରାପୋଲ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଆସୁଥିବାବେଳେ ଭାରସାମ୍ୟ ହରାଇ କିଛି କାର ଓ ବାଇକକୁ ଧକ୍କା ଦେଇଥିଲା। ପରେ ନିକଟରେ ଥିବା ଏକ ଫଳ ଦୋକାନ ଉପରେ ମାଡି ଯାଇଥିଲା।

ଏହି ଦୁର୍ଘଟଣାରେ ଦୁଇଟି କାର ଓ ୫ଟି ବାଇକ୍‌ ଚୂରମାର ହୋଇଯାଇଛି। ତେବେ ସେଠାରେ ଥିବା ୭ ଜଣ ଆହତ ହୋଇଛନ୍ତି। ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ସମସ୍ତ ଗାଡିକୁ ଜବତ କରିଛି। ଗୁରୁତରମାନଙ୍କୁ ଏସସିବିରେ ଭର୍ତ୍ତି କରିଛି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର