ନୂଆ ଟ୍ରାନ୍‌ସଫର୍ମର ସ୍ଥାପନ ଦାବି : ଜେଇଙ୍କ ଅଫିସ୍‌ ଘେରିଲେ ଲୋକେ

ବିନିକା: ବିନିକା ସହର ୩ ନମ୍ବର ଓ୍ଵାର୍ଡ ବେତ୍ରାପଡ଼ାରେ ପ୍ରାୟ ୮ ଦିନ ହେବ ଟ୍ରାନ୍ସଫର୍ମର ପୋଡ଼ି ଯାଇଛି। ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏହାର ପ୍ରତିବାଦରେ ବୁଧବାର ସକାଳେ ୧୦ଟାରୁ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟା ଧରି ବିନିକା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ଅଫିସ୍‌କୁ ପଡ଼ାବାସୀ ଘରାଉ କରିଥିଲେ। କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ବେହୁରା ଟ୍ରନ୍ସଫର୍ମର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା। ଉକ୍ତ ପଡ଼ାରେ ଜଣେ ବି ଉପଭୋକ୍ତା ନଥିବାରୁ ଟ୍ରାନ୍ସଫର୍ମର ଯୋଗାଣରେ ବିଳମ୍ବ ହୋଇଥିବା ପ୍ରକାଶ କରିବା ସହ ସମସ୍ତଙ୍କୁ ଉପଭୋକ୍ତା ହୋକୁ ନିବେଦନ କରିଥିଲେ। ତେବେ ଉପଭୋକ୍ତା ହେବା ପାଇଁ ସେମାନେ ବିଭାଗୀୟ ଜଣେ କର୍ମଚାରୀଙ୍କୁ ଟଙ୍କା ଦେଇଥିବା ପଡ଼ାବାସୀ କହିଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବି ସେମାନେ ଦାବି କରିଥିଲେ। ଓ୍ଵାର୍ଡ ନଂ ୩ର କାଉନସିଲର ଲାଲସାହେବ ଷାଣ୍ଡ, ଶମ୍ଭୁ ନାଏକ, ଗୁଲୁଠୁ ତରବାଲିଆ, କ୍ଷେତ୍ରବାସୀନାଏକ, ଶିବରାତ୍ର ମାର୍ଥା, ସୁଶାନ୍ତ ନାଏକ, ଅଭି ମହାରଣା, ଶଙ୍କର ମାର୍ଥା , ଦିଲ୍ଲୀପ ମାର୍ଥାଙ୍କ ନେତୃତ୍ୱରେ ଏହି ଘେରାଉ ହୋଇଥିଲା।

ସମ୍ବନ୍ଧିତ ଖବର