କାଳିଆ ଯୋଜନା ସହାୟତା ଦାବିରେ ଓରବରସିଂହ ପଂଚାୟତରେ ଚାଷୀ ମେଳି

ଖୋର୍ଦ୍ଧା : କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଦାବିରେ ଆଜି ଖୋର୍ଦ୍ଧା ବ୍ଲକ ଓରବରସିଂହ ପଂଚାୟତରେ ଏକ ଚାଷୀମେଳି ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ପଂଚାୟତ ଶାନ୍ତି ସୁରକ୍ଷା ସମିତି ପକ୍ଷରୁ ଗତିଶ୍ୱରଦେବ ପୀଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପୂର୍ବଥର କାଳିଆ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ଚାକିରିଆ, ଚାଷ କାମ କରୁନଥିବା ଲୋକଙ୍କୁ ସାମିଲ କରାଯାଇଥିଲା । ଏବେ ପୁଣିଥରେ ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଥର ତାଲିକାରେ ଯେଭଳି ପ୍ରକୃତ ହିିତାଧିକାରୀଙ୍କୁ ସାମିଲ କରାଯିବ ସେନେଇ ଚାଷୀମେଳିରେ ଆଲୋଚନା ହୋଇଥିଲା ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ସୁରକ୍ଷା ସମିତିରେ ସଭାପତି ନରେନ୍ଦ୍ର କୁମାର ମଙ୍ଗରାଜ, ସମିତି ସଭ୍ୟା ମାନିନୀ ଶ୍ରୀଚନ୍ଦନ, ନାୟବ ସରପଂଚ ସସ୍ମିତା ବେହେରା, ସମାଜସେବୀ ରଂଜିତ ସାମନ୍ତରାୟ, ତ୍ରିନାଥ ବଳିଆର ସିଂହ, ତନ୍ମୟ ବରିସଲ, ପ୍ରଶାନ୍ତ ସେନାପତି, ଆଲୋଚନା ଶ୍ରୀଚନ୍ଦନ, ନାରାୟଣ ହରିଚନ୍ଦନ, ପ୍ରମୋଦ ବଳିଆର ସିଂହ, ଯୋଗିନାଥ ସ୍ୱାଇଁ, ସନ୍ଥଚରଣ ସିଂହ, ସନ୍ତୋଷ ବଳିଆରସିଂହ, ମାଧବ ଶ୍ରୀଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର