କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଆଁ ଲାଗିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରି ବିଭାଗରେ ନିଆଁ ଲାଗିଥିବା ଜଣାଯାଇଛି। ନିଅାଁ ଲାଗିଥିବା ଜଣାପଡ଼ିବା ପରେ ସେଠାରେ ଉପସ୍ଥିତ ଲୋକେ, ସୁରକ୍ଷା କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ମିଶି ପ୍ରାୟ ୪୦ ଜଣ ରୋଗୀଙ୍କୁ ସର୍ଜରି ଓ୍ଵାର୍ଡରୁ ବାହାର କରି ଅନ୍ୟତ୍ର ଭର୍ତ୍ତି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୧ଟା ବେଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରି ଓ୍ଵାର୍ଡରେ ଆକସ୍ମିକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁ ଲାଗିବା ଜଣାପଡ଼ିବା ପରେ ରୋଗୀ ଓ ତାଙ୍କ ସହାୟକମାନେ ପାଟି କରିଥିଲେ। ଫଳରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଓ୍ଵାଡର ରୋଗୀଙ୍କ ସମ୍ପର୍କୀୟମାନେ ପହଞ୍ଚି ରୋଗୀମାନଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ଦମକଳ ଗାଡ଼ି ପହଞ୍ଚି ନିଆଁକୁଆୟତ କରିଛି। ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀଙ୍କର କିଛି ବି କ୍ଷତି ହୋଇ ନ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର