ପାଣିରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ

କଣ୍ଟିଗଡ଼ିଆ: ଯାଜପୁର ଜିଲ୍ଲାବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଟୁଣିଆ ପଞ୍ଚାୟତ ହାମଜାପୁର ଗ୍ରାମର ପିକୁଲ ଦାସ ଓ ସନ୍ଧ୍ୟାରାଣୀ ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଓରଫ ମିଞ୍ଜି(୭)ର ପାଣିରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ଆଜି ଗ୍ରାମ ନିକଟସ୍ଥ ଶଗଡ଼ିଆ ନାଳକୁ ସାନଭାଇ ସହ ଗାଧେଇବାକୁ ଯାଇ ଲକ୍ଷ୍ମୀପ୍ରିୟା ପାଣିରେ ବୁଡ଼ି ଯାଇଥିଲା। ପାହାଚ ଉପରେ ବସିଥିବା ସାନଭାଇର ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଲକ୍ଷ୍ମୀପ୍ରିୟାକୁ ପାଣିରୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର