ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

ରାଜନଗର:ଅପରାହ୍ନରେ ରାଜନଗର-ପଟ୍ଟାମୁଣ୍ଡାଇ ରାସ୍ତାର ସାନବଡଗୋପାଳପୁର ବଜାର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ, ମହାକାଳପଡା ବ୍ଲକ କୁଳଲାଞ୍ଜୁଡା ଗ୍ରାମର ଗଣିଆ ମଳିକ (୩୮ ବର୍ଷ)। ଗଣିଆ ଓ ଅନ୍ୟ ଜଣେ ଶାନ୍ତନୁ ମଳିକ (୩୨ ବର୍ଷ) ଏକ ମୋଟର ସାଇକେଲ୍‌ରେ ପଟ୍ଟାମୁଣ୍ଡାଇ ଆଡକୁ ଯାଉଥିଲେ। ସାନବଡଗୋପାଳପୁର ବଜାର ନିକଟରେ ଏକ ଚାରିଚକିଆ ଗାଡି ସହିତ ମୋଟରସାଇକେଲ ଦୁହିଁଙ୍କ  ଧକ୍କା ହୋଇଥିଲା। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଡାକ୍ତର ଗଣିଆଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଥିବା ଶାନ୍ତନୁଙ୍କୁ ପ୍ରାଥମିକ ଚିକିତ୍ସା କଟକ ବଡ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ମୃତ ଯୁବକ ଗଣିଆ ବମ୍ବେରେ କାମ କରନ୍ତି।  ୧୫ଦିନ ତଳେ ଘରକୁ ଆସିଥିଲେ। ଆସନ୍ତାକାଲି ବମ୍ବେ ଯାଇଥାନ୍ତେ। ସେ ଘରର ବଡପୁଅ ଓ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କର ୬ ବର୍ଷର ଏକ ପୁଅ ଅଛି। ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ସଦସ୍ୟ ମୁକ ପାଲଟି ଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର