ବିଜେଡିର ମିଶ୍ରଣ ପର୍ବ: ସାମିଲ ହେଲେ ଶତାଧିକ କର୍ମୀ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ବାଳକାଟି ପଞ୍ଚାୟତରେ ମଙ୍ଗଳବାର ସନ୍ଧ୍ୟାରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ସନାତନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ବିଜେଡିର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ଶ୍ରୀକାନ୍ତ ବରଜ ଓ କରୁଣାକର ନାଥଙ୍କ ନେତୃତ୍ୱରେ ବିଭିନ୍ନ ରାଜନୈତିକ ଦଳ ପରିତ୍ୟାଗ ବିଜେଡିରେ ଯୋଗଦାନ କରିଥିବା ଶତାଧିକ ନବାଗତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।

ବାଳକାଟି ସରପଞ୍ଚ ସୁକାନ୍ତି ପରିଡା, ସମିତି ସଦସ୍ୟ ବିପିନ ବିହାରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ,ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ଭୀଷ୍ମ ମହାନ୍ତିଙ୍କ ସମେତ ପୂର୍ବତନ ସରପଞ୍ଚ ଦିବାକର ନାୟକ, ଶ୍ରମିକ ନେତା ଧନେଶ୍ୱର ରାଉତ ପ୍ରମୁଖ ଯୋଗଦେଇ ଦଳରେ ମିଶିଥିବା ନବାଗତ ମାନଙ୍କୁ ସ୍ବାଗତ କରିଥିଲେ।କାର୍ଯ୍ୟକ୍ରମକୁ ପଞ୍ଚାୟତର ଯୁବନେତା ସତ୍ୟଜିତ ରାଉତ,ସନ୍ତୋଷ ନାରାୟଣ ସାହୁ, ହେମନ୍ତ ବେହେରା,ମୁକ୍ତିକାନ୍ତ ଦାସ,ହେମନ୍ତ ବିଶ୍ବାଳ,ରାଜେଶ ନାଥ,ଖଗେଶ୍ବର ସାହୁ,ଆଶୁତୋଷ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର