ତେଣ୍ଡାକୁଡାରେ ଯୁବକକୁ ଗୁଳିମାଡ, ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା : ଆଜି ‌କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡାରେ ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବା ଯୁବକ ଜଣକ ହେଲେ ବାବୁନି ବାରିକ। ତାଙ୍କୁ ଚିକିତ୍ସାଲାଗି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ୩ ଜଣ ଯୁବକ ତେଣ୍ଡାକୁଡାରେ ବାବୁନି ବାରିକ ନାମକ ଜଣେ ଯୁବକ ଉପରେ ଆଜି ରାତିରେ ଗୁଳି ଚଳାଇଥିଲେ। ଗୁଳିଟି ବାବୁନି ବାରିକ ଦେହରେ ବାଜିବାରୁ ସେ ଆହତ ହୋଇଥିଲେ। ଗୁଳିମାଡ଼ ପରେ ଉକ୍ତ ୩ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବାବୁନିକୁ ଉଦ୍ଧାର କରିବା ପରେ ତାକୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଖବର ପାଇ ପାଟକୁରା ପୁଲିସ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର