ଦୁଡୁଗାଁ ଗ୍ରାମରେ ଅଗ୍ନିକାଣ୍ଡ, ତିନି ଗୋରୁ ଜୀବନ୍ତ ଦଗ୍ଧ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସମଣା ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ତିନି ବଖରା ଘର ଜଳିଯିବା ସହ ତିନୋଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ,  ଯେ ଦୁଦୁଗାଁ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚୁଲି ପାଉଁଶ ନିଆଁରେ ଅଗ୍ନିକାଣ୍ଡ ଘଟି ଗ୍ରାମର ନିରଞ୍ଜନ ଶଙ୍ଖୁଆ ଓ ରାଜେନ୍ଦ୍ର ଶଙ୍ଖୁଆଙ୍କ ତିନି ବଖରା ଘର ଜଳିଯାଇଥିଲା। ଏଥିରେ ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୦ଟି ଗୋରୁ ନିଆଁରେ ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ହାଟଡ଼ିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବରପାଇ ସମଣା ରାଜସ୍ୱ ନିରୀକ୍ଷକ, ସ୍ଥାନୀୟ ସରପଞ୍ଚ ପହଞ୍ଚି କ୍ଷୟକ୍ଷତି ଆକଳନ କରୁଥିବା ବେଳେ ମରେଇଗାଁ ପ୍ରାଣୀଚିକିତ୍ସା କେନ୍ଦ୍ରର ଡାକ୍ତର ପହଞ୍ଚି ଆହତ ଗାଈଗୋରୁଙ୍କ ଚିକିତ୍ସା କରୁଛନ୍ତି।

ସମ୍ବନ୍ଧିତ ଖବର