କୋରାପୁଟ: ଦୀପ ନିଆଁରୁ ଜଳିଗଲା ଘର, ଗରୀବ ପରିବାର ସର୍ବସ୍ୱାନ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ରେଲିସାହିର ଧବେନ୍‌ ପିଲେଣ୍ଟି ନାମକ ଜଣେ ଗରିବ ବିଧବା ମହିଳାଙ୍କ ଘରେ ନିଆଁ ଲାଗିଯିବାରୁ ଘରର ସମସ୍ତ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛିା ସୂଚନା ମୁତାବକ ମାର୍ଗସିର ମାସର ପ୍ରଥମ ଗୁରୁବାର ଅବସରରେ ଧବେନ୍‌ ଘରେ ସମସ୍ତ ପ୍ରକାର ପୂଜାର୍ଚ୍ଚନା କରି ୮୦ ବର୍ଷୀୟା ନିଜ ବିଧବା ମା’ଙ୍କୁ ଘରେ ଛାଡି ପରିବା ବିକିବା ପାଇଁ ପୁରୁଣା ବସଷ୍ଟାଣ୍ଡକୁ ଚାଲିଯାଇଥିଲୋ ପୂଜା କରିବା ସମୟରେ ସେ ଘରେ ଦୀପ ଟିଏ ଲଗାଇ ଚାଲିଯାଇଥିବା ବେଳେ ସେହି ଦୀପ ନିଆଁରେ ହିଁ ତାଙ୍କ ଘର ନିଆଁ ଲାଗି ଯାଇଥିବା ଜଣାପଡିଛିା

ଅନ୍ୟପଟେ ଘର ଭିତରେ ୮୦ ବର୍ଷୀୟା ବୃଦ୍ଧା ନିଆଁ ଲାଗୁଥିଲେ ମଧ୍ୟ ସେ ବାହାରି ପାରି ନଥିଲେ। କିଛି ସମୟ ମଧ୍ୟରେ ପଡୋଶି ଘର ଭିତରୁ ଧୁଆଁ ବାହାରୁ ଥିବା ଦେଖି ସାହି ବାସିନ୍ଦାଙ୍କୁ  କହିଥିଲେ। ଘରୁ ଭିତରୁ ପ୍ରଥମେ ବୃଦ୍ଧାଙ୍କୁ ଉଧାର କରିବା ପରେ ନିଆଁ ଲିଭାଇଥିଲୋ ପରେ ଖବର ପାଇ ଧବେନ ଆସି ଘର ଭିତରେ ପଶି ଦେଖିବା ବେଳକୁ ଘରର ସମସ୍ତ ଆସବାବ ଜିନିଷ ଓ ନିତ୍ୟବ୍ୟବହାର ସାମଗ୍ରୀ, ଆଧାର କାର୍ଡ, ଭୋଟ କାର୍ଡ ଓ ଭତ୍ତା କାର୍ଡ ସବୁପୋଡି ଛାରଖାର ହୋଇ ଯାଇଛିା

ଏପରିକି ପରିବା କିଣା ବିକା କରିବା  ସକାଶେ ଉଧାର କରି ଆଣିଥିବା ୫ହଜାର ଟଙ୍କା ମଧ୍ୟ ପୋଡି ଯାଇଥିବା ସେ ଦୁଖର ସହ ପ୍ରକାଶ କରିଛନ୍ତି। ଘର ଭିତରେ ପିନ୍ଧିବା ସକାଶେ ଖଣ୍ଡିଏ ଲୁଗାପଟା ମଧ୍ୟ ଖଣ୍ଡିକ ରହିନଥିବା ବେଳେ ଆଗକୁ ସେ କେମିତି ଚଳିବେ ସେନେଇ ସେ ବୁକୁପଟା କ୍ରନ୍ଦନ କରୁଥିବା ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଅନେକ ଦୁଖଆଣିଦେଇଛି।

ଲକ୍ଷ୍ମୀପୁର ରାଜସ୍ୱ ନିରିକ୍ଷକ ଦେବ ପ୍ରସାଦ ପଣ୍ଡା ରେଲିସାହିରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତିିା

 

ସମ୍ବନ୍ଧିତ ଖବର