ପାରା ଗ୍ଲାଇଡିଂରେ ଉତ୍ତୀର୍ଣ୍ଣ ବଣ୍ଡା ଯୁବକ ଲକିନାଥଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି: ଓଡିଶାର ବଣ୍ଡା ଜନଜାତିର ପ୍ରଥମ ଯୁବକ ଲକିନାଥ କିରସାନୀ ନିଜର ଉଦ୍ୟମ ଓ ପ୍ରୟାସ ଯୋଗୁଁ ଆଜି ନିଜ ଜିଲ୍ଲା ପାଇଁ ଗର୍ବ ଆଣିବା ସହ ଖୋଲା ଆକାଶରେ ପାରା ଗ୍ଲାଇଡଙ୍ଗ କରି ଇତିହାସ ରଚିଛନ୍ତି। ମାଲକାନଗିରି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ତଥା ଜାତୀୟ ସମର ଶିଖାର୍ଥୀ ବାହିନୀର ଜୁନିୟର ଅଣ୍ଡର ଅଫିସର ଲକିନାଥ କିର୍ଶାନୀ ଆଗ୍ରା ସ୍ଥିତ ଭାରତୀୟ ବାୟୁସେନା ଶିବିରରେ ନଭେମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଯୁଦ୍ଧ ଜାହାଜରେ ବିଭିନ୍ନ ରଣ କୌଶଳ ପ୍ରଶିକ୍ଷଣ ଲାଭ କରିବା ସହ ଆକାଶରେ ପାରଚ୍ୟୁଟ ଦ୍ଵାରା ଉଡିବା ଆଦି ତାଲିମ ଗ୍ରହଣ କରି ଦୃଢ ଇଛା ଶକ୍ତି ଯୋଗୁଁ ଓଡିଶାର ପ୍ରଥମ ଯୁବକ ରୂପେ ଏହି ତାଲିମକୁ ସଫଳତାର ସହ ଗ୍ରହଣ କରି କୃତିତ୍ଵ ଲାଭ କରିଥିଲେ।

ନିଜେ ଆକାଶରେ ଯୁଦ୍ଧ ଜାହାଜରୁ ପାରାଚ୍ୟୁଟରେ ଅବତରଣ କରି ଅସୀମ ସାହସର ପରିଚୟ ଦେଇ ପାରିଛନ୍ତି। ତାଙ୍କର ଏହି କୃତିତ୍ଵ ପାଇଁ ଆଜି ତାଙ୍କୁ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ଵାଇଁ, ଏ ଏନ ଓ ସୁଶାନ୍ତ କୁମାର ମାଝି, ଅଧ୍ୟାପକ ଗୌତମ ନାୟକ, ଉମେଶ ଚନ୍ଦ୍ର ରାଉତ, ମନୋରଞ୍ଜନ ପରିଡାଙ୍କ ସମେତ ଛାତ୍ରଛାତ୍ରୀ ଗହଣରେ ଲକିନାଥଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

ସମ୍ବନ୍ଧିତ ଖବର