ଏବର୍ଷ ବି ହେବନି ପରବ-୨୦୨୧

କୋରାପୁଟ : କୋରାପୁଟ ଜିଲ୍ଲାରେ ହେବାକୁ ରହିଥିବା ତିନିଦିନିଆ ପରବ-୨୦୨୧କୁ ସ୍ଥଗିତ କରିଛନ୍ତି ରାଜ୍ୟ ସରକାର। କୋଭିଡ-୧୯ର ନୁଆ ଭାରିଏଣ୍ଟ ଓମିକ୍ରନ ପ୍ରଭାବରେ ତୃତୀୟ ଲହର ଆସିବା ଆଶଙ୍କା ରହିଥିବାରୁ ଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ପରବ-୨୦୨୧ ହେବ ନାହିଁ।

ଏନେଇ ଗତକାଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଚିଠି ଆସିଥିବା ଜଣାପଡିଛି। ସରକାରଙ୍କର ଯୁଗ୍ମ ସଚିବ ପୂଜା ମିଶ୍ରା ଏନେଇ ଚିଠି କରିଥିବା‌ ଜଣାପଡିଛି। ରୌପ୍ୟ ଜୟନ୍ତୀ ସମାରୋହ ଏପେଟ କୋଟିଆର ନେରେଡିବାଲସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ଏହାକୁ ମଧ୍ୟ ପୂର୍ବରୁ ବନ୍ଦ ରଖିଥିଲା ଜିଲ୍ଲା ପ୍ରଶାସନ । ତୃତୀୟ ଲହର ଆଶଙ୍କା ରହିଥିବାରୁ ଗତ ଦୁଇବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା ଯୋଗୁଁ ପରବ ହେବା ଆଶା କ୍ଷୀଣ ହୋଇଛି।

କରୋନା ଯୋଗୁଁ ଦୁଇବର୍ଷ ଧରି ପରବ ବନ୍ଦ ରହିଥିବାବେଳେ ଚଳିତବର୍ଷ ହେବା ନେଇ ଆଶା ଉଜ୍ଜଳ ରହିଥିଲା । ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳିତ ହେବାକୁ ରହିଥିବାରୁ ଏହାକୁ ସ୍ମରଣୀୟ କରିବାକୁ ହୋଇଥିଲା ଯୋଜନା ।

ସମ୍ବନ୍ଧିତ ଖବର