କେବେ ମେଣ୍ଟିବ କୁଶମାଳବାସୀଙ୍କ ଶୋଷ?

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରୁ ମାତ୍ର ୫ କିମି ଦୂରତାରେ ରହିଛି ବିରିଘାଟ ପଂଚାୟତର କୁଶମାଳ ଗାଁରେ ଜଳ ସଂକଟ ଉତ୍କଟ। ଏଠାରେ ୨ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ୩ଟି ନଳକୂଅ ରହିଛି। ତନ୍ମଧ୍ୟରୁ ଗୋଟିଏ ନଳକୂଅ ଅଚଳ ହୋଇ ପଡ଼ିଥିବା ବେଳେ ଅନ୍ୟ ଦୁଇଟି ନଳକୂଅରେ ଫ୍ଲୋରାଇଡଯୁକ୍ତ ଦୂଷିତ ପାଣି ବାହାରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏଯାଏ ସୁନ୍ଦର ନଦୀରୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରି ନାହିଁ। ଫଳରେ ଟାଣଖରାରେ ଲୋକେ ଗାଁଠାରୁ ୧ କିମି. ଦୂରକୁ ଯାଇ ସୁନ୍ଦର ନଦୀରେ ଚୁଆଁ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଖଡ଼ିଆଳ ବ୍ଲକ ବିରିଘାଟ ପଂଚାୟତର କୁଶମାଳ ଗାଁରେ ତାତି ବଢ଼ିବା ସହ ପାନୀୟ ଜଳର ମଧ୍ୟ ଉତ୍କଟ ସମସ୍ୟାା ଦେଖାଦେଇଛି। ଏଠାରେ ପ୍ରାଥମିକ ବିଦ୍ୟାଳୟରେ ଥିବା ନଳକୂଅ ଅଚଳ ହୋଇ ପଡିଥିବାରୁ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ପାଣି ପିଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ଏଠାରେ ଏଠାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନହେଲେ ଖଡିଆଳ ବ୍ଲକ ଓ ଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ଘେରାଉ କରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଖଡିଆଳ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ କୁଶମାଳ ଗାଁକୁ ଖୁବ ଶୀଘ୍ର ମେଘା ପ୍ରୋଜେକ୍ଟ ମାଧ୍ୟମରେ ତିଖାଲି ଡ୍ୟାମରୁ ପାଇପ ଯୋଗେ ଜଳ ଯୋଗାଣ କରାଯିବା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର