ନୂଆପଡ଼ା ଜିଲ୍ଲା ପ୍ରଶାସନଙ୍କ ବିନା ପ୍ରସ୍ତାବରେ ମନରେଗା କାମ, ପାଉଣାରୁ ବଞ୍ଚିତ ଶ୍ରମିକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମନରେଗା ଟଙ୍କା ଅତ୍ମସାତ ଘଟଣା ବିଗତ ବର୍ଷରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଜିଲ୍ଲାରେ ପୁଣି ମନରେଗା ଯୋଜନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜିଲ୍ଲାପ୍ରଶାସନର ବିନା ପ୍ରସ୍ତାବରେ ମନରେଗା କାମ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ମନରେଗାରେ କାମ କରୁଥିବା ୬୦ରୁ ୭୦ ଜଣ ଶ୍ରମିକଙ୍କୁ ସେମାନଙ୍କର ପାଉଣା ମିଳିନଥିବା କାରଣରୁ ଶ୍ରମିକମାନେ ବୋଡ଼େନ ବ୍ଳକକୁ ଯାଇ ବିଡିଓଙ୍କୁ ପାଉଣା ପାଇଁ ଗୁହାରି କରିଛନ୍ତି। ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଳକରେ କରୋନା ମହାମାରୀ ସମୟରେ ଶ୍ରମିକମାନଙ୍କୁ ରୋଜଗାର ପାଇଁ ଚଳିତବର୍ଷ ସେପ୍ଟେମ୍ବର ସମାରେ ବିନପୁର ଭେଲୁଆପଡ଼ାଠାରେ ଜିଲ୍ଲାପ୍ରଶାସନଙ୍କ ବିନା ପ୍ରସ୍ତାବରେ ବୋଡ଼େନ ବ୍ଳକ ଜେଇ ଓ ଜି.ଆର.ଏସ ମନରେଗା ଯୋଜନାରେ ମାଟି କାମ କରାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଏହି ମାଟି କାମରେ ବିନପୁର ଗ୍ରାମର ୬୦ରୁ ୭୦ ଜଣ ଶ୍ରମିକ କାମ କରିଥିଲେ। ପରେ ଶ୍ରମିକମାନେ ସ୍ଥାନୀୟ ଜି.ଆର.ଏସଙ୍କୁ ବାରମ୍ବାର ପାଉଣା ପାଇଁ କହିଥିବାରୁ ଆଜି କି କାଲି ଦିଆଯିବ ବୋଲି ଶ୍ରମିକମାନଙ୍କୁ ଠକ‌ା ଯାଉଥିଲା। ଶ୍ରମିକମାନେ ଜିଲ୍ଲା ପ୍ରଶାସନଙ୍କ ବିନାଅନୁମତିରେ କାମ ହୋଇଥିବା ଜାଣି ଶ୍ରମିକ ନୂଆପଡ଼ା ଜିଲ୍ଲା ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କୁ ଅଭିଯୋଗ କରିଥିଲେ। ଏହାପରେ ଶ୍ରମିକମାନଙ୍କୁ ନେଇ ଦଳିତ ଅଧିକାରୀ ମଞ୍ଚର କର୍ମକର୍ତ୍ତାମାନେ ବୋଡ଼େନ ବିଡିଓ କାର୍ଯ୍ୟାଳୟ ଶ୍ରମିକମାନଙ୍କ ପାଉଣା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ସହ ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ କାମ ଆରମ୍ଭ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ୧୦ ଦିନ ମଧ୍ୟରେ ଶ୍ରମିକମାନଙ୍କୁ ତାଙ୍କ ପାଉଣା ମିଳିବା ସହ ବିନା ଅନୁମତିରେ କାର୍ଯ୍ୟାରମ୍ଭ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ କରିବାକୁ ଚେତବାନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର