ମକା ବୋଝେଇ ମିନି ଟ୍ରକ ଧକ୍କାରେ ନାବାଳକ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସିନ୍ଧିକାଗୁଡ଼ା ଗ୍ରାମ ନିକଟରେ ଆଜି ଅପରାହ୍ନ ୩ଟା ସମୟରେ ଏକ ମକା ବୋଝେଇ ଟ୍ରକ ଧକ୍କାରେ ଜଣେ ନାବାଳକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ସିନ୍ଧିକାଗୁଡ଼ା ଗ୍ରାମର ଶ୍ୟାମ ଗୌଡ଼ (୧୩)। ସେ ପ୍ରକାଶ ଗୌଡଙ୍କ ପୁଅ ବୋଲି ଜଣାପଡିଛି। ସୂଚନା ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ମକା ବୋଝେଇ ଟ୍ରକଟିକୁ ଜବତ କରି ଘଟଣାର ତଦନ୍ତ କରୁଛନ୍ତି।

ସୂଚନା ଅନୁଯାୟୀ, ଡାବୁଗାଁ ଥାନା ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ ସିନ୍ଧିକା ଗୁଡ଼ାର ଶ୍ୟାମ ଗୌଡ଼ର ୧୩ ବର୍ଷର ନାବାଳକ ପୁଅ ଆଜି ଦିନ ୩ଟା ସମୟରେ ଏକ ସାଇକେଲରେ ନିକଟ ବଡନି ଗ୍ରାମରୁ ସିନ୍ଧିକା ଗୁଡ଼ା ଗ୍ରାମକୁ ଆସୁଥିବା ସମୟରେ ସିନ୍ଧିକା ଗୁଡ଼ାରୁ ଏକ ମକା ବୋଝେଇ ମିନି ଟ୍ରକ୍ ନଂ- (ଓଡ଼ି ୨୪ ସି ୫୦୧୧) ବଡନି ଗ୍ରାମ ଦିଗକୁ ଯାଉଥିବା ସମୟରେ ଦୁଇଟି ଗ୍ରାମର ମଧ୍ୟ ସ୍ଥାନରେ ମିନି ଟ୍ରକଟି ଭାରସାମ୍ୟ ହରାଇ ସାଇକେଲରେ ଆସୁଥିବା ନାବାଳକକୁ ସମ୍ମୁଖରୁ ଧକ୍କା ଦେଇଥିଲା।

ଏଥିରେ ଟ୍ରକର ଚକା ତଳେ ପଡି ନାବାଳକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମିନି ଟ୍ରକଟିକୁ ଜବତ କରି ଘଟଣାର ତଦନ୍ତ କରୁଛନ୍ତି। ବଡନି ଗ୍ରାମର ଶ୍ୟାମ ଗୌଡ଼ର ଦୁଇଟି ପୁଅ ଥିବା ବେଳେ ନାବାଳକ ପୁଅର ଏପରି ଦୁର୍ଘଟଣାରେ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର